Advertisement

୨୬ରୁ ପରବ ମହୋତ୍ସବ

କୋରାପୁଟ, ୧୦।୧୦(ଅମିତାଭ ବେହେରା) ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋସତ୍ବ ପରବ ୨୦୨୩ ଚଳିତମାସ ୨୬ ତାରିଖରେ କୋରାପୁଟ ଜିଲାର ବୋରିଗୁମ୍ମାର ଭୈରବ ମନ୍ଦିରରୁ ଶୁଭାରମ୍ଭ ହେବ। ଏଥିସହ ନଭେମ୍ବର ମାସ ୨୫,୨୬ ଓ ୨୭ ତାରିଖ ୩ଦିନ ବ୍ୟାପି କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡିଆରେ ପରବର ମୁଖ୍ୟ ମହୋସତ୍ବ ଅନୁଷ୍ଠିତ ହେବ ବୋଲି ମଙ୍ଗଳବାର ପରବର ପ୍ରସ୍ତୁତି ବୈଠକରେ ନିଷ୍ପତି ହୋଇଛି ା କୋରାପୁଟସ୍ଥିତ ଡିଆରଡିଏ ସଦଭାବନା ସଭାଗୃହ ପରିସରରେ ମହୋସତ୍ବ ପରବ ଉପରେ ଆୟୋଜିତ ଜିଲାପ୍ରଶାସନର ପ୍ରସ୍ତୁତି ବୈଠକରେ ଉପରୋକ୍ତ ତାରିଖ ନିଷ୍ପତ୍ତି ହୋଇଛି ା କୋରାପୁଟ ଜିଲାପାଳ ତଥା ପରବ କମିଟିର ସଭାପତିଙ୍କ ଅନୁପସ୍ଥିତରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଗୈରବ ଶିବାଜୀ ଇସଲ୍ଲୱାରଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ଜିଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକାର, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢି, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ଜିଲାପରିଷଦ ଅଧକ୍ଷର ସସ୍ମିତା ମେଲକା, ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝି, ସୋମନାଥ ପ୍ରଧାନ, କୋରାପୁଟ ଉପଜିଲାପାଳ ବେଣୁଧର ଶବର, ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା,
ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍ବାରାଜ୍ୟ ଶିଶା, ଜିଲା କ୍ରୀଡା ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, କୋରାପୁଟ ମୁନିସପାଲଟି ନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାରଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ , ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜିବୀ, ଲୋକପ୍ରତିନିଧି ପ୍ରମୁଖ ଯୋଗଦେଇ ପରବ ମହୋତ୍ସବକୁ ମହାଆଡମ୍ବରରେ ପାଳନ ନେଇ ସେମାନଙ୍କ ମତ ରଖିଥିଲେ ା ଏହି ପ୍ରସ୍ତୁତି ବୈଠକ ଆରମ୍ଭରେ ଜୟପୁର ବିଧାୟକ ଶ୍ରୀ ବାହିନିପତି ସମେତ ବହୁ ବୁଦ୍ଧିଜୀବୀ ଓ ଖବରଦାତାମାନେ ୨୬ ବର୍ଷ ବିତିଯାଇଥିବାବେଳେ ଏଯାଏ ପରବ ସମାରୋହ ପାଇଁ ସ୍ଥାୟୀ ପଡିଆ କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରିବା ସହିତ କିଛି ସମୟ ପାଇଁ ବୈଠକରେ ହଟ୍ଟଗୋଳ କରିଥିଲେ ଏବଂ ପରବର ସ୍ଥାୟୀ ପଡିଆ ଯଥାଶୀଘ୍ର କରାଯିବା ନେଇ ସେମାନେ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share