୩୮ଟି ଦାନ୍ତ ପାଇଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଲେ ଭାରତୀୟ ମହିଳା

ନୂଆଦିଲ୍ଲୀ,୨୨।୧୧:ସାଧାରଣ ମଣିଷର କେତୋଟି ଦାନ୍ତ ଥିବା ନେଇ ଆପଣଙ୍କୁ ପଚାରିଲେ ଏହାର ଉତ୍ତର ଆପଣ ୩୨ହିଁ ଦେବେ। କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ୩୨ ନୁହେଁ ଜଣେ ମହିଳାଙ୍କର ୩୮ଟି ଦାନ୍ତ ଅଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।
ଭାରତର କଳ୍ପନା ବାଲନ ନାମ୍ନୀ ଜଣେ ୨୬ ବର୍ଷୀୟ ମହିଳାଙ୍କ ପାଟିରେ ୩୮ଟି ଦାନ୍ତ ଅଛି। ଏଥିପାଇଁ କଳ୍ପନା ଗିନିଜ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।
ଗିନିଜ ଓ୍ବାଲର୍‌ଡ ରେକଡର୍ର୍ ଅନୁସାରେ, କଳ୍ପନାଙ୍କ ପାଟିର ତଳ ମାଢିରେ ୪ ଓ ଉପର ମାଢିରେ ୨ଟି ଅତିରିକ୍ତ ଦାନ୍ତ ରହିଛି। କୈଶୋରବସ୍ଥାରେ ଧୀରେ ଧୀରେ ଅତିରିିକ୍ତ ଦାନ୍ତ ଉଠୁଥିବା ସେ ଲକ୍ଷ୍ୟ କରିଥିରିଲେ । ଯନ୍ତ୍ରଣା ଅନୁଭବ ନ କଲେ ମଧ୍ୟ ଅତିରିକ୍ତ ଦାନ୍ତରେ ଖାଦ୍ୟ ଫସିଯିବା ଯୋଗୁ ସେ ସମସ୍ୟା ଭୋଗୁଥିଲେ ।
ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ହେଁ ଦାନ୍ତ ସମ୍ପୂର୍ଣ୍ଣ ବଢିବା ପରେ ସହଜରେ ବାହାରି
ପାରିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ପରେ କଳ୍ପନା ଦାନ୍ତ ନ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଏବେ ତାଙ୍କୁ ବିଶ୍ୱ ରେକର୍ଡ ହାସଲ କରିବାରେ ସାହାର୍ଯ୍ୟ କରିଛି।

Share