CORONAVIRUS UPDATE: ରାଜ୍ୟରେ ୨୬,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୫୦୩

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ସୋମବାର ଆଉ ୧୫୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୦୨ ଜଣ ଚିହ୍ନଟ ହୋଇଥିବା ବେଳେ ୫୦୧ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪୯୧ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୨୨୩ ଏବଂ କଟକରୁ ୧୩୬ ଜଣ ଅଛନ୍ତି। ସେହିପରି ବାଲେଶ୍ୱର ୧୯, ବରଗଡ଼ ୨୩, ଭଦ୍ରକ ୨୫, ବଲାଙ୍ଗୀର ୨୧, ଢେଙ୍କାନାଳ ୩୨, ଗଜପତି ୭୩, ଜଗତସିଂହପୁର ୬, ଯାଜପୁର ୫୧, ଝାରସୁଗୁଡ଼ା ୧୦ ଏବଂ କଳାହାଣ୍ଡିରୁ ୧୦ ଲେଖାଏ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ ୭୩, କେନ୍ଦ୍ରାପଡ଼ା ୯, କେନ୍ଦୁଝର ୪୩, କୋରାପୁଟ ଏବଂ ମାଲକାନଗିରିରୁ ୩୪ ଜଣ ଲେଖାଏ, ମୟୂରଭଞ୍ଜ ୨୮, ନବରଙ୍ଗପୁର ୨, ନୟାଗଡ଼ ୮, ପୁରୀ ୪, ରାୟଗଡ଼ା ୬୮, ସମ୍ବଲପୁର ୧୭, ସୋନପୁର ୪ ଏବଂ ସୁନ୍ଦରଗଡ଼ରୁ ୫୭, ଅନୁଗୋଳ ଏବଂ ବୌଦ୍ଧରୁ ଜଣେ ଲେଖାଏ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ରେ ପହଞ୍ଚିଥିବା ବେଳେ ୧୬,୭୯୨ ସୁସ୍ଥ ହୋଇଛନ୍ତି। ୯,୯୧୯ ଚିକିତ୍ସିତ ହେଉଛନ୍ତି। ୧୪୭ ଜଣଙ୍କ ମୃତ୍ୟୁ ଘଟିଛି।

Share