୨୪ ଘଣ୍ଟାରେ ୨ ଲକ୍ଷ ୬୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ, ୧୯।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୃଥିବୀରେ ୨ ଲକ୍ଷ ୬୦ ହଜାର ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଆମେରିକାରେ ୭୧ ହଜାର ୪୮୪ ଜଣ, ବ୍ରାଜିଲ୍‌ରେ ୪୫ ହଜାର ୪୦୩ ଜଣ ଏବଂ ଭାରତରେ ୩୮ ହଜାର ୯୦୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ପୃଥିବୀରେ ୭ ହଜାର ୩୬୦ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ହୋଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ରବିବାର ସୁଦ୍ଧା ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ୪୪ ଲକ୍ଷ ୨୬ ହଜାର ୧୫୦ରେ ପହଞ୍ଚିଛି। ସେହପରି ମୃତକଙ୍କ ସଂଖ୍ୟା ୬ଲକ୍ଷ ୪ ହଜାର ୯୧୭ ଛୁଇଁଛି। ୮୬ ଲକ୍ଷ ୧୨ ହଜାର ୩୩୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୫୨ ଲକ୍ଷ ୮ ହଜାର ୯୦୦ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share