‘ଦାନା’କୁ ନେଇ ଭଦ୍ରକ ପ୍ରଶାସନ ସଜାଗ: ୫୭୭ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହେଲେଣି ୨୬,୦୬୪ ଲୋକେ

ଭଦ୍ରକ, ୨୪।୧୦(ସନାତନ ରାଉତ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ଧାମରା ଠାରୁ ଆଉ ମାତ୍ର ୨୪୦ କିମି ଦୂରରେ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଗୁରୁବାର ମଧ୍ୟ ରାତ୍ରିରେ ଏହା ଧାମରା ନିକଟରେ ସ୍ଥଳଭାଗ ଛୁଇଁବ । ଏହାକୁ ନେଇ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଶୂନ ମୃତ୍ୟୁ ଆଭିମୁଖ୍ୟ ରଖି ଲୋକଙ୍କୁ କଚ୍ଚା ଘରୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଉଛି । ଜିଲାରେ ମୋଟ ୫୭୭ ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ୩୬ ହଜାର ୨୨୭ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ ରଖାଯାଇଛି । ଏପର୍ଯ୍ୟନ୍ତ ୨୬ ହଜାର ୬୪ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ପ୍ରଶାସନ ସୂଚନା ଦେଇଛି। ସୁପରଭାଇଜିଂ ଅଫିସରମାନେ ସ୍ଥାନାନ୍ତର ପାଇଁ ଲୋକଙ୍କୁ ବୁଝାଇ ଆଣୁଛନ୍ତି । ବରିଷ୍ଠ ଆଇଏଏସ ଅଫିସର ତ୍ରିଲୋଚନ ମାଝୀ, ଜିଲାପାଳ ଦିଲ୍ଲୀପ ରାଉତରାଏ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତିଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ସ୍ଥାନାନ୍ତର କାର୍ଯ୍ୟକୁ ତ୍ୱରାନ୍ବିତ କରୁଛନ୍ତି । ଆଶ୍ରୟ ସ୍ଥଳରେ ରନ୍ଧା ଖାଦ୍ୟ ବିତରଣ କରାଯାଇଛି ବୋଲି ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୧୮୦ କିମି ଦୂରରେ ‘ଦାନା’; ସତର୍କ ରହିବାକୁ କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟା ନେଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତ୍ରରେ ଏହା ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ଏହା ପାରାଦୀପଠାରୁ ୧୮୦ କିମି...

ଯୁବକଙ୍କୁ ହତ୍ୟା ମାମଲା: ତିନି ଭାଇଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର, ୨୪।୧୦(ସୁବାସ ଚନ୍ଦ୍ର ପାଢ଼ୀ): ପୁଞ୍ଜିଭୂତ ଅଶାନ୍ତରୁ ପାଟପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର କୁଲୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା...

ପରିବା ବଜାରରେ ପ୍ରଶାସନିକ ଚଢାଉ, କଳାବଜାରୀଙ୍କୁ ତାଗିଦ

ବୁଗୁଡା,୨୪।୧୦(କାଳିଚରଣ ଦାଶ): ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ‘ଦାନା’ ସମ୍ପର୍କେ ପାଣିପାଗ ବିଭାଗର ସୂଚନା ପରଠୁ ବୁଗୁଡା ବଜାରରେ ପରିବା ଦର ହୁ ହୁ ହୋଇ...

କେନ୍ଦୁଝରରେ ବାତ୍ୟା ପ୍ରସ୍ତୁତି ପରଖିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ

କେନ୍ଦୁଝର,୨୪।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାର ପ୍ରଭାବ କେନ୍ଦୁଝର ଜିଲା ଉପରେ ପଡ଼ିବାକୁ ଥିବାରୁ ବରିଷ୍ଠ...

ନିଶ୍ଚିତକୋଇଲିରେ ଯୋଗାଣ ବିଭାଗର ଜୋରଦାର ଚଢ଼ାଉ, ଦୋକାନୀଙ୍କୁ କରାଯାଉଛି ତାଗିଦ

ନିଶ୍ଚିନ୍ତକୋଇଲି,୨୪।୧୦(ଅଶୋକ କୁମାର ମହାପାତ୍ର ): ସାମୁଦ୍ରିକ ବାତ୍ୟା ‘ଦାନା’ ମାଡି ଆସୁଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ କଲାଣି। ବାତ୍ୟାପାଇଁ ଲୋକେ...

ଓଡ଼ିଶା ସରକାରଙ୍କ ବାତ୍ୟା ପ୍ରସ୍ତୁତିର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ; ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର,୨୪।୧୦: ବାତ୍ୟା ଦାନା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଓଡ଼ିଶାରେ ମାଡ଼ ହେବାକୁ...

ଡର ବଢାଇଲା ଗତିପଥ! ୩ ଜିଲାକୁ ଅଧିକ ବିପଦ…

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟାର ରୂପ ନେଇଥିବା ଦାନା ଭୟଙ୍କର ବେଗରେ ସ୍ଥଳଭାଗ ମୁହାଁ ହେଉଛି। ଏହି ସମସୟରେ ଘଣ୍ଟା ପ୍ରତି ୧୨ କିମି ବେଗରେ ଦାନା...

ଖେଳୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି; ୩ ବର୍ଷର ଶିଶୁଙ୍କ ମୃତ୍ୟୁ ପରେ ଥାନାରେ ଅଭିଯୋଗ କଲେ ପରିବାର

ଦାରିଙ୍ଗବାଡି, ୨୪।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅଜଣା ଗାଡି ଧକ୍କାରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri