CORONAVIRUS UPDATE: ରାଜ୍ୟରେ ଆଜି ୨୬୧୭ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୨୬୧୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ର ୧୫୨୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୯୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୫୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୪୮ ଜଣ ଏବଂ କଟକରୁ ୧୩୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୧୧୫, ବାଲେଶ୍ୱର ୭୯, ଭଦ୍ରକ ୪୯, ବଲାଙ୍ଗୀର ୧୦୯, ବୌଦ୍ଧ ୧୮, ଦେବଗଡ଼ ୧୮, ଢେଙ୍କାନାଳ ୭୪, ଗଜପତି ୭, ଗଞ୍ଜାମ ୪୩, ଜଗତସିଂହପୁର ୪୫, ଯାଜପୁର ୧୧୨, ଝାରସୁଗୁଡ଼ା ୪୬, କଳାହାଣ୍ଡି ୪୪, କନ୍ଧମାଳ ୩୨, କେନ୍ଦ୍ରାପଡ଼ା ୧୩୨, କେନ୍ଦୁଝର ୧୦୭, କୋରାପୁଟ ୪୩, ମାଲକାନଗିରି ୬୭, ମୟୂରଭଞ୍ଜ ୧୦୧, ନବରଙ୍ଗପୁର ୫୯, ନୟାଗଡ଼ ୩୮, ନୂଆପଡ଼ା ୫୮, ପୁରୀ ୭୯, ରାୟଗଡ଼ା ୨୬, ସମ୍ବଲପୁର ୧୦୬, ସୋନପୁର ୨୩ ଏବଂ ସୁନ୍ଦରଗଡ଼ରୁ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୫,୩୩୦ରେ ପହଞ୍ଚିଥିବା ବେଳେ ୨,୦୨,୨୩୦୨ ଜଣ ସୁସ୍ଥ ହୋଇଛନ୍ତି। ୩୨,୦୫୧ ଜଣ ଚିକିତ୍ସିତ ହେଉଛନ୍ତି।

Share