ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ୨୬୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୫,୪୭୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୫୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୪୨ ଜଣ ଶିଶୁ ବି ଅଛନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୧ ଏବଂ ସମ୍ବଲପୁରରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ବାଲେଶ୍ୱରରୁ ୧୨,ବରଗଡ଼ ୧, ଭଦ୍ରକ ୫, ଦେବଗଡ଼ ୩, ଢେଙ୍କାନାଳ ୫, ଗଞ୍ଜାମ ୨, ଜଗତସିଂହପୁର ୩, ଯାଜପୁର ୬, ଝାରସୁଗୁଡ଼ା ୨, କେନ୍ଦ୍ରାପଡ଼ା ୮, କୋରାପୁଟ ୧, ମାଲକାନଗିରି ୧, ମୟୂରଭଞ୍ଜ ୫, ନୟାଗଡ଼ ୨, ପୁରୀ ୧, ରାୟଗଡ଼ାରୁ ୧ ୧ ଏବଂ ସୁନ୍ଦରଗଡ଼ରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୩୧।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୪୫,୪୭୧ରେ ପହଞ୍ଚିଥିବାବେଳେ ୧୦,୩୪,୩୦୦ଜଣ ସୁସ୍ଥ ହୋଇଛନ୍ତି। ୨୭୪୧ ଜଣ ଚିକିିତ୍ସିତ ହେଉଛନ୍ତି।