ରାଜ୍ୟରେ ୨୬୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୧୨ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୯ ହଜାର ୦୦୧ ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୩୨ ଜଣ ଥିବା ବେଳେ ଅନୁଗୋଳରୁ ୨୦, ବାଲେଶ୍ୱରରୁ ୧୯, ବରଗଡ଼ରୁ ୨୩, ଭଦ୍ରକରୁ ୨ , ବଲାଙ୍ଗୀରରୁ ୨୨, ବୌଦ୍ଧରୁ ୫, କଟକରୁ ୭, ଦେବଗଡ଼ରୁ ୧ ଓ ଗଞ୍ଜାମରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତ୍‌ସିଂହପୁରରୁ ୨, ଯାଜପୁରର ୮, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୧୧, କେନ୍ଦ୍ରାପଡ଼ାରୁ ୧୭, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୧୯, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୦ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୨ , ନୟାଗଡ଼ରୁ ୫, ନୂଆପଡ଼ାରୁ ୫, ପୁରୀରୁ ୨, ସମ୍ବଲପୁରରୁ ୨୦ ଓ ସୁବର୍ଣ୍ଣପୁରରୁ ୫, ଓ ଷ୍ଟେଟ୍‌ ପୁଲ୍‌ରୁ ୫ ଆକ୍ରାନ୍ତ ଅଛନ୍ତି।

Share