Categories: ଜାତୀୟ

ଗଣେଶ ପୂଜା ପାଇଁ ଚାଲିବ ୨୬୬ ସ୍ବତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ,୩୦।୭: ଆସନ୍ତା ଗଣେଶ ପୂଜା ପାଇଁ ୨୬୬ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ରେଳ ବିଭାଗ ନିଷ୍ପତି ନେଇଛି। ଗାଁରୁ ସହରକୁ ଯାଉଥିବା ଯାତ୍ରୀମାନେ ସହଜରେ ଟିକେଟ ନିଶ୍ଚିତ ପାଇପାରିବେ। ଏହି ସମସ୍ତ ଟ୍ରେନ ମୁମ୍ବାଇରୁ ରେଳ ଚଳାଚଳ କରିବ, ଯାହାଦ୍ୱାରା ଗଣେଶ ପୂଜାରେ କୌଣସି ଅସୁବିଧା ହେବ ନାହିଁ।
ଯାତ୍ରୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ରେଳବାଇ ୧୮ଟି ସଂରକ୍ଷିତ ଟ୍ରେନ ଚଳାଇବାକୁ ମଧ୍ୟ ଘୋଷଣା କରିଛି। ଏହାପୂର୍ବରୁ ସେପ୍ଟେମ୍ବରରେ ଗଣପତି ପୂଜା ପାଇଁ ୨୦୮ଟି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ମୁମ୍ବାଇ ଡିଭିଜନ ଘୋଷଣା କରିଥିଲା। ଏଥିସହ ଯାତ୍ରୀଙ୍କ ସଂଖ୍ୟା ଅଧିକ ହେତୁ ଅଧିକ ୪୦ଟି ସ୍ବତନ୍ତ୍ର ଟ୍ରେନ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ୧୮ଟି ନୂତନ ଟ୍ରେନ ସ୍ବତନ୍ତ୍ର ଟ୍ରେନ ତାଲିକାରେ ଯୋଡି ହୋଇଛି। ବର୍ତ୍ତମାନ ମୋଟ ୨୬୬ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ।
ବିଭିନ୍ନ ରାଜ୍ୟ ପାଇଁ ଭାରତୀୟ ରେଳବାଇ ଦ୍ୱାରା ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ, ଯାହା ମୁମ୍ବାଇ ଯିବ। ଏହି ଟ୍ରେନ ଗୁଡିକ ମୁମ୍ବାଇର ଅଧିକାଂଶ ରେଳ ଷ୍ଟେଶନକୁ ଅତିକ୍ରମ କରିବ ୨୫୦ରୁ ଅଧିକ ସ୍ବତନ୍ତ୍ର ଟ୍ରେନ ବିହାର ଏବଂ ଉତ୍ତରପ୍ରଦେଶ ସହର ଦେଇ ଯିବ ।ଏଥି ସହିତ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଗୁଜରାଟ ଭଳି ସ୍ଥାନ ପାଇଁ ଏହି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ। ଅଧିକାଂଶ ଟ୍ରେନ ମହାରାଷ୍ଟ୍ର ଏବଂ ପଡୋଶୀ ରାଜ୍ୟ ପାଇଁ ଚଳାଚଳ କରିବ। ଏହି ଟ୍ରେନ ଗୁଡିକ ୧୪ ସେପ୍ଟେମ୍ବରରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ।

Share