ଦେଶରେ ଚିନ୍ତା ବଢାଉଛି କରୋନା, ଚିହ୍ନଟ ହେଲେ ୨,୬୮,୮୩୩ ପଜିଟିଭ୍‌

ନୂଆଦିଲ୍ଲୀ,୧୫।୧: କରୋନାର ତୃତୀୟ ଲହର ଦେଶରେ ବଢିଚାଲିଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨,୬୮,୮୩୩ ଥିବା ଜଣାପଡିଛି। ଗତ କାଲିଠାରୁ ଆଜି ୪ ହଜାର ୬୩୧ଜଣ ଅଧିକ ସଂକ୍ରମିତ ହୋଇଛନ୍ତି। ଏହାସହ ୪୦୨ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଆକ୍ଟିଭ ମାମଲା ରହିଛି ୧୪,୧୭,୮୨୦। ତେବେ ୩ କୋଟି ୪୯ ଲକ୍ଷ ୪୭ହଜାର ୩୯୦ ଜଣ କରୋନାରେ ସୁସ୍ଥ ହୋଇସାରିଥିବା ବେଳେ ୪ଲକ୍ଷ ୮୫ ହଜାର ୭୫୨ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ।

Share