Categories: ଜାତୀୟ

କରୋନାର ଦ୍ୱିତୀୟ ଲହରରେ ଗଲାଣି ୨୬୯ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ,୧୮।୫: ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛି। ଆଇଏମଏ ଅନୁଯାୟୀ, କରୋନାର ଦ୍ୱିତୀୟ ଲହର ସମୟରେ ଏପର୍ଯ୍ୟନ୍ତ ୨୬୯ ଡାକ୍ତରଙ୍କର ମୃତ୍ୟୁ ଘଟିଛି। ଆଇଏମଏ ସମସ୍ତ ରାଜ୍ୟ ପାଇଁ ତଥ୍ୟ ପ୍ରକାଶ କରିଛି। ତେବେ ଦ୍ୱିତୀୟ ଲହରରେ ଡାକ୍ତରଙ୍କ ମୃତ୍ୟୁ ସଂଖ୍ୟା ପ୍ରଥମ ଲହରଠାରୁ କମ ଅଟେ। କରୋନାର ପ୍ରଥମ ଲହର ସମୟରେ ୭୪୮ ଡାକ୍ତରଙ୍କର ମୃତ୍ୟୁ ହୋଇଥିଲା।
ଆଇଏମଏ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ବିହାର ରାଜ୍ୟରେ ସର୍ବାଧିକ ଡାକ୍ତର କରୋନା ଯୋଗୁ ମୃତ୍ୟୁବରଣ କରିଛନ୍ତି। ବିହାରର ମୋଟ ୭୮ ଡାକ୍ତର ଦ୍ୱିତୀୟ ଲହରରେ ପ୍ରାଣ ହରାଇଛନ୍ତି। ଏହା ପରେ ଉତ୍ତରପ୍ରଦେଶ ୩୭, ଦିଲ୍ଲୀର ୨୮, ଆନ୍ଧ୍ରପ୍ରଦେଶରେ ୨୨ ଜଣ, ମହାରାଷ୍ଟ୍ରରେ ୧୪ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି।

Share