Categories: ବାଣିଜ୍ୟ

ଆଜିଠାରୁ ଡିଏସ୍‌ଏସ୍‌ର ୨୬ତମ ସଂସ୍କରଣ

ଭୁବନେଶ୍ୱର,୨୯।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଦୁବାଇର ବହୁ ପ୍ରତୀକ୍ଷିତ ପ୍ରଦର୍ଶନୀ ଦୁବାଇ ସମର ସର୍‌ପ୍ରାଇଜ (ଡିଏସ୍‌ଏସ୍‌)ର ଶୁଭାରମ୍ଭ ହେବାକୁ ଯାଉଛି। ଏପରିକି ୨୦୨୩ ଜୁନ୍‌ ୨୯ରୁ ଡିଏସ୍‌ଏସ୍‌ର ୨୬ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଛି। ଉଲ୍ଲେଖଯୋଗ୍ୟ, ଦୁବାଇର ଫେଷ୍ଟିଭାଲ ଏବଂ ରିଟେଲ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଡିଏସ୍‌ଏସ୍‌ର ୨୬ତମ ସଂସ୍କରଣ ୨୦୨୩ ଜୁନ୍‌ ୨୯ରୁ ଆରମ୍ଭ ହୋଇ ୨୦୨୩ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଉକ୍ତ ପ୍ରଦର୍ଶନୀ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଦୀର୍ଘ ୨ମାସରୁ ଅଧିକ ସମୟ (୬୭ ଦିନ) ର ନିରୋଳା ମଜା ଓ ଉତ୍ସାହ ସହିତ କନ୍‌ସର୍ଟ, ଇଭେଣ୍ଟ ଓ ଚିତ୍ତାକର୍ଷକ ଅନୁଭୂତି ହାସଲ କରିପାରିବେ। ସେହିଭଳି ଡିଏସ୍‌ଏସ୍‌ର ଉଦ୍‌ଘାଟନୀ ଉତ୍ସବ କୋକାକୋଲା ମଇଦାନଠାରେ ୨୦୨୩ ପାଳନ କରାଯିବ। ଏପରିକି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ହୁସେନ ଅଲୀ ଜସମି ଓ କାଦିମ ଅଲ ସାହିର ମୁଖ୍ୟ ଆକର୍ଷଣ ସାଜିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜୁଲାଇ ୨ ସନ୍ଧ୍ୟା ୮ ଘଟିକାଠାରୁ ଆରମ୍ଭ ହେବ। ବିଶେଷକରି ପ୍ଲାଟିନମଲିଷ୍ଟ, ଦୁବାଇ କ୍ୟାଲେଣ୍ଡର ଓ କୋକାକୋଲା ଆରିନା ସାଇଟ ଏଇଡି ୧୫୦ଠାରୁ ଟିକେଟ କ୍ରୟ କରାଯାଇପାରିବ। ସେହିପରି ସାଉଦି ଆରବର କିମ୍ବଦନ୍ତୀ ମହମ୍ମଦ ଅବୋଦା ମଧ୍ୟ ଉକ୍ତ ଉତ୍ସବରେ ଏକ ଅବିଶ୍ୱସନୀୟ ପ୍ରଦର୍ଶନ କରିବେ। ଏହି ଆଇକନିକ୍‌ ଗାୟକଙ୍କୁ ଦେଖିବା ପାଇଁ ଏଇଡି ୨୯୫ରୁ ପ୍ଲାଟିନଲିଷ୍ଟରେ ଟିକେଟ କ୍ରୟ କରାଯାଇପାରିବ। ଅପରପକ୍ଷରେ ଡିଏସ୍‌ଏସ୍‌ର ପ୍ରଯୋଜକ ର଼୍ୟାକ୍‌ବ୍ୟାଙ୍କ ମାଷ୍ଟରକାର୍ଡ ଏବଂ ବିଭିନ୍ନ ଷ୍ଟ୍ରାଟେଜିକ ପାର୍ଟନରଙ୍କ ସହାୟତାରେ ଅନ୍ତର୍ଭୁକ୍ତ ଏଆଇ ଫୁଟାଏମ ମଲସ, ଏଆଇ ସିଫ,ଏଆଇ ଜାରୁନି ଗ୍ରୁପ୍‌, ଏଡବ୍ଲ୍ୟୁ ରୋଷ୍ଟାମାନି ଗ୍ରୁପ୍‌, ବ୍ଲୁ ୱାଟରସ, ସିଟିୱାକ, ଏମିରଟସ ଏୟାରଲାଇନ, ଏନକ, ଇଟିସଲଟ,ନାକେଲ ମଲ୍‌, ଡ୍ରାଗନ ଓ ଆଉଟଲେଡ୍‌ ଭିଲେଜ ପ୍ରମୁଖ ରହିଛନ୍ତି।

Share