କଟକରେ ମାଡିଲାଣି କରୋନା: ଆଜି ଚିହ୍ନଟ ହେଲେ ୨୭ ନୂଆ ପଜିଟିଭ

କଟକ ଅଫିସ, ୧୪।୭(ବ୍ୟୁରୋ): କଟକ ସହରରେ ମଙ୍ଗଳବାର ଆଉ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସରକାରୀ କ୍ୱାରାଣ୍ଟାଇନରୁ ୨୦ଜଣ, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ୪ ଏବଂ ଲୋକାଲ କେସ୍‌ ୩ ରହିଛି। ଏ ନେଇ ସିଏମ୍‌ସି ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।
ସରକାରୀ କ୍ୱାରାଣ୍ଟାଇନରୁ ଚିହ୍ନଟ ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୭(୧୨ ପୁରୁଷ, ୫ ମହିଳା) ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରର ରୋଗୀ ଓ ଆଟେଣ୍ଡାଣ୍ଟ। ବାକି ୩ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରୀ ରହିଛି। ସେମାନେ ଅନ୍ୟ ଜିଲାକୁ ଯାଇଥିଲେ।
ଯେଉଁ ୪ଜଣ ହୋମ୍‌ କ୍ୱାରାଣ୍ଟାଇନରେ ଥିଲେ, ସେମାନଙ୍କ ମଧ୍ୟରୁ ୩ଜଣ ଗୌଡ଼ସାହିର ପ୍ରତାପନଗରୀ ଅଞ୍ଚଳର। ଅନ୍ୟ ଜଣେ ଶଙ୍କରପୁରର ମଙ୍ଗଳା ଲୋନ୍‌ର। ଏମାନେ ସମସ୍ତେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଶ୍ପର୍ଶରେ ଆସିଥିଲେ।
ସେହିପରି ୩ ଲୋକାଲ କେସ୍‌ ମଧ୍ୟରୁ ୨ ପୁରୁଣା ରାଉସା ପାଟଣାର ଓ ଗୋଟିଏ ଜୋବ୍ରାର ମୁରାଦ ଖାନ୍‌ ପାଟଣା ଅଞ୍ଚଳର।
ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ କେବଳ କଟକ ସହରରେ ୨୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୧୩୪ଜଣ ସୁସ୍ଥ ହୋଇଥିବା ବେଳେ ୧୫୦ ଜଣ ଚିକିତ୍ସାଧିନ ଅଛନ୍ତି। ୭ଜଣଙ୍କ ମୃତ୍ୟୁ ଘଟିଛି।

Share