୨୭ ଶାଳଗଣ୍ଡି ଜବତ

କାମାକ୍ଷାନଗର, ୪ା୭(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ ମୁକ୍ତାପଶି ଫରେଷ୍ଟ ସେକ୍ସନ୍‌ର କଙ୍କିଳି ବିଟ୍‌ ଜରିତଇଲା ସାହି ନିକଟରୁ ରବିବାର ୨୭ଟି ଶାଳଗଣ୍ଡି ଜବତ କରାଯାଇଛି। ସମ୍ପୃକ୍ତ ଅଞ୍ଚଳର କେତେଜଣ ବ୍ୟକ୍ତି ନିକଟ ଜଙ୍ଗଲରୁ କାଠ କାଟି ମାଫିଆଙ୍କୁ ବିକ୍ରି କରୁଥିଲେ। ସୂଚନା ପାଇ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳକୁ ଯାଇ ଜିଲା ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ)ଙ୍କୁ ଅବଗତ କରାଇଥିଲେ। ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ବନ କର୍ମଚାରୀ ଚଢ଼ାଉ କରି କାଠ ଜବତ କରିଥିଲେ। ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ଦୀର୍ଘଦିନ ହେଲା ଅଞ୍ଚଳରୁ ମୂଲ୍ୟବାନ କାଠ ଚୋରା ଚାଲାଣ ହେଉଛି। ଏଥିରେ ବନ ବିଭାଗର କେତେଜଣ କର୍ମଚାରୀଙ୍କ ହାତ ରହିଥିବା ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଏ ଦିଗରେ ଜିଲା ବନ ବିଭାଗ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକାର ଭାବି ସାଙ୍ଗକୁ ଗୁଳି

ଢେଙ୍କାନାଳ,୪ା୪(ରତନ ନାୟାର): ହିନ୍ଦୋଳ ରାସୋଳ ଥାନା ଅନ୍ତର୍ଗତ କଦଳୀପାଳ ମାନପୁର ଗାଁ ନିକଟରେ ଶିକାର ପାଇଁ ଯାଇଥିବା ବେଳେ ସାଙ୍ଗକୁ ଗୁଳି କରିଛନ୍ତି ଅନ୍ୟ ଜଣେ...

ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ିଚାଳନା, ଘର ଭିତରେ ପଶାଇଦେଲେ ଗାଡ଼ି, କାବୁ କଲେ ଲୋକେ

ଢେଙ୍କାନାଳ, ୨୮।୩(ରତନ ନାୟାର): କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡି ଚାଳନା। ନିଶାଶକ୍ତ ଅବସ୍ଥାରେ ବେପରୁଆ କାର ଚଳାଇ ଏକ ଜଳଖିଆ ଠେଲାକୁ ଧକ୍କା ଦେଇ...

ବାପା ଲଗାଇଲେ ନିଆଁ, ୧୧ମାସର ଝିଅ ଜୀବନ୍ତ ଦଗ୍ଧ

ଢେଙ୍କାନାଳ,୨୫।୩(ରତନ ନାୟାର): ଜିଲା ବାଲିମୀ ଥାନା ବାରସିଙ୍ଗା ଗ୍ରାମ ମୁଣ୍ଡାସାହିରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି...

ହସ୍ପିଟାଲରୁ ଚମ୍ପଟ ମାରିଲେ କଏଦୀ

ଢେଙ୍କାନାଳ,୨୫।୩: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମଙ୍ଗଳବାର ଚିକିତ୍ସା ପାଇଁ ଆସିଥିବା ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ମିଳିଥିବା ସୂଚନା ମୁତାବକ, ଚିକିତ୍ସା ପାଇଁ...

ଶାଳକାଠ ବୋଝେଇ ପିକ୍‌ଅପ୍‌ ଜବତ, ବନବିଭାଗକୁ ଦେଖି ଦୌଡ଼ିଲେ ମାଫିଆ

ଭୁବନ,୨୨ା୩(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ଏକ ବେଆଇନ ଶାଳ କାଠ ସହିତ ପିକ୍‌ଅପ୍‌ ଗାଡ଼ି ଜବତ କରାଯାଇଛି। ପିକ୍‌ଅପ୍‌...

୩୦ ଲକ୍ଷ ଟଙ୍କା ହଡ଼ପ କରି ବନ୍ଧା ହେଲେ ସରପଞ୍ଚ

ପରଜଙ୍ଗ,୨୧ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତର ସରପଞ୍ଚ ମକର ଚାନ୍ଦ ସାହୁ ପଞ୍ଚାୟତର ସିଏଫ୍‌ସି ଫଣ୍ଡ୍‌ ଟଙ୍କା ହଡ଼ପ ଅଭିଯୋଗରେ ବାନ୍ଧିଛି...

୫ ଦିନ ଅନ୍ଧାରରେ ୩ ଗାଁ, ପ୍ରତିବାଦରେ ରାସ୍ତାରେ ବସିଲେ ଗ୍ରାମବାସୀ

ପରଜଙ୍ଗ,୨୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବଡ଼କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଜାମୁନାଳି ଗାଁ ନିକଟରେ ବିଦ୍ୟୁତ୍‌ ସମସ୍ୟାକୁ ନେଇ ଗୁରୁବାର ସକାଳୁ ରାସ୍ତାରୋକୋ...

ଢେଙ୍କାନାଳରେ ହୋଲି ଖେଳିଲେ ଯୋଗାଣ ମନ୍ତ୍ରୀ

ଢେଙ୍କାନାଳ,୧୫ା୩(ରତନ ନାୟାର): ଢେଙ୍କାନାଳ ସହରରେ ଶନିବାର ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରସ୍ଥିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image