ହନୁମାନଙ୍କ ମନ୍ଦିରରେ ୨୭୦୦ କିଲୋଗ୍ରାମର ରୁଟି ଭୋଗ, କ୍ରେନରେ ଅଟା ଚକଟା…

ସିକର,୧।୭ : ଶନିବାର ରାଜସ୍ଥାନର ସିକର ସହରର ଦେବପୁରା ବାଲାଜୀ ମନ୍ଦିରରେ ହନୁମାନଜୀଙ୍କୁ ଏକ ନିଆରା ଭୋଗ ଅର୍ପଣ କରାଯାଇଛି। ଏଥିପାଇଁ ମନ୍ଦିରରେ ଏକ ବିଶାଳ ଚୁଲା ତିଆରି କରି ୨୭୦୦ କିଲୋଗ୍ରାମର ବିଶାଳକାୟ ରୁଟି ପ୍ରସ୍ତୁତ କରାଯାଇଛି ଯୋଧପୁର ଏବଂ ସୁରଟର ୨୦ଜଣ କାରିଗର ଏହାକୁ ପୂର୍ଣ୍ଣାମ ଧାମର ସନ୍ଥ ରାମଦାସ ମହାରାଜ ଙ୍କ ନିର୍ଦ୍ଦେଶନାରେ ପ୍ରାୟ ୨୩ ଘଣ୍ଟା ପରିଶ୍ରମ କରି ପ୍ରସ୍ତୁତ କରିଥିଲେ । ଅଖଣ୍ଡ ରାମଧୁନ ମଧ୍ୟରେ ତିଆରି ଏହି ଭୋଗକୁ ଅର୍ପଣ କରିବା ପରେ ଏହାର ଚୁର୍ମା ତିଆରି କରାଯାଇ ଶନିବାର ବଣ୍ଟନ କରାଯାଇଥିଲା ।

 

ଦେବପୁରା ବାଲାଜୀ ମନ୍ଦିରରେ ରୋଟି ତିଆରି ପ୍ରକ୍ରିୟା ଶୁକ୍ରବାର ଭୋର ୪ଟା ୧୫ରେ ଆରମ୍ଭ ହୋଇଥିଲା। ୨୦ କାରିଗର ପ୍ରଥମେ ଏକ କ୍ରେନ ସାହାଯ୍ୟରେ ଅଟାକୁ ଚକଟି ଥିଲେ। ଏହା ପରେ କ୍ରେନରେ ଏକ ରୋଲର୍‌ ବ୍ୟବହାର କରି ରୁଟି ବେଲା ଯାଇଥିଲା। ଏହା ପରେ, ଏହାକୁ କ୍ରେନରେ ଉଠାଇ ତାଓ୍ବାରେ ବିଶାଳ ଚୁଲିରେ ରଖାଯାଇଥିଲା।

ତା’ପରେ ଚୁଲିରେ ରୁଟି ତିଆରି କାମ ରାତିରେ ଚାଲିଥିଲା। ୧୧୦୦ କିଲୋଗ୍ରାମ ଅଟା, ୭୦୦ କିଲୋଗ୍ରାମ ସୁଜି, ୪୦୦ କିଲୋଗ୍ରାମ ଚୁର୍ମା ଏବଂ ୭୦୦ କିଲୋଗ୍ରାମ ଶୁଖିଲା ଫଳ ମିଶା ଯାଇଥିଲା।

ଶନିବାର ସକାଳ ୮ ଟା ୧୫ ରେ ହନୁମାନଜୀଙ୍କୁ ରୋଟି ଭେଗେ ଲାଗି କରାଯାଇଥିଲା। ଏହା ପରେ, ଥ୍ରେସର ସାହାଯ୍ୟରେ ଚୁର୍ମା ତିଆରି କରି ପ୍ରସାଦ ବଣ୍ଟନ କରାଯାଇଥିଲା। ଚୁର୍ମା ରେ ପ୍ରାୟ ୭୦୦-୮୦୦ କିଲୋଗ୍ରାମ ଶୁଖିଲା ଫଳ, ୫୦୦ କିଲୋଗ୍ରାମ ଚିନି, ୪୫୦ କିଲୋଗ୍ରାମ ମିଶ୍ରି ଏବଂ ଗୁଆ ଘିଅ ବ୍ୟବହାର କରାଯାଇଥିଲା।

ଦେବପୁର ବାଲାଜୀ ଧାମର ମହନ୍ତ ଓମ ପ୍ରକାଶ କହିଛନ୍ତି ଏହି ମହା ଭୋଗର ପ୍ରସାଦ ପ୍ରାୟ ୨୫ ହଜାର ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବ।

Share