୨୭ଶହ ବର୍ଷ ତଳେ ବିୟର ପିଉଥିଲେ ମଣିଷ

ଓ୍ବାଶିଂଟନ,୧୪।୧୦: ବିୟର ଓ ପନିର ପ୍ରତି ମଣିଷର ଭଲ ପାଇବା ବହୁ ପୁରୁଣା। ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୭୦୦ ବର୍ଷ ତଳେ ଅଷ୍ଟ୍ରିଆର ଲୁଣ ଖାଦାନରେ କାମ କରୁଥିବା କର୍ମୀମାନେ ବିୟର ଓ ପନିରର ମଜା ନେଉଥିଲେ।

ଅଷ୍ଟ୍ରିଆନ୍‌ ପର୍ବତମାଳାରେ ଥିବା ହଲଷ୍ଟେଟ୍‌ ମାଇନରୁ ମଣିଷଙ୍କ ମଳ ମିଳିଥିଲା। ଏହାର ସାମ୍ପୁଲକୁ ବିଶ୍ଲେଷଣ କରିଥିଲେ ବୈଜ୍ଞାନିକମାନେ। ଏହାର ଅଧ୍ୟୟନ ସମ୍ପର୍କରେ କରେଣ୍ଟ ବାୟୋଲୋଜିରେ ବୁଧବାର ପ୍ରକାଶ ପାଇଛି।

ରିପୋର୍ଟର ମୁଖ୍ୟ ଲେଖକ ଥିବା ମାଇକ୍ରୋ ବାୟୋଲୋଜିଷ୍ଟ ଫ୍ରାଙ୍କ ମ୍ୟାକ୍ସନର କହିଛନ୍ତି, ପରୀକ୍ଷାରୁ ଜଣାପଡ଼ିଲା ଲୁଣ ଖାଦାନରେ ୨୭୦୦ ବର୍ଷ ଧରି ମଣିଷ ମଳର ଏକ ଧାର୍ଯ୍ୟ ତାପମାତ୍ରା ୪୬ ଫାରାନାଇଟ୍‌ରେ ଥିଲା। ଏଥିଯୋଗୁ ଦୀର୍ଘ ବର୍ଷ ଧରି ଏହା ସଂରକ୍ଷିତ ରହିଥିଲା। ଅନୁସନ୍ଧାନକାରୀଙ୍କୁ ମିଳିଥିଲା ୪ଟି ସାମ୍ପୁଲ। ଗୋଟିଏ ବ୍ରୋଞ୍ଜ ଯୁଗ, ଦୁଇଟି ଆଇରନ ଯୁଗ ଓ ଗୋଟିଏ ୧୮ଶ ଶତାବ୍ଦୀର ଥିଲା। ସେମାନଙ୍କ ମଧ୍ୟରୁ ଗୋଟିଏ ୨୭୦୦ ବର୍ଷ ତଳର। ସେଥିରୁ ମିଳିଥିଲା ଦୁଇ ଫୁଙ୍ଗି, ପେନ୍ସିଲିୟମ, ସାକରୋମିସେସ୍‌ ଭଳି ମଲିକ୍ୟୁଲ। ଏଥରୁ କିଛି ଖାଦ୍ୟର ପ୍ରକ୍ରିୟାକରଣରେ ବ୍ୟବହାର ହୁଏ। ଏହାର ଅର୍ଥ ସେମାନେ ମଦର ପ୍ରକ୍ରିୟାକରଣ ଜାଣିଥିଲେ।

 

Share