Categories: ରାଜ୍ୟ

ରାଜ୍ୟରେ ସୁସ୍ଥ ହେଲେ ୨୭୧ କରେନା ସଂକ୍ରମିତ

ଭୁବନେଶ୍ୱର,୫ା୧- ରାଜ୍ୟରେ ମଙ୍ଗଳବାର ୨୭୧ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ଯୋଗୁ ରାଜ୍ୟରେ କରୋନରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ମୋଟ ୩,୨୬, ୭୭୮ରେ ପହଞ୍ଚିଛି। ସୁନ୍ଦରଗଡ଼ ଜିଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୩୩। ସେହିଭଳି କେନ୍ଦ୍ରାପଡ଼ାରୁ ୩୧, ମୟୁରଭଞ୍ଜରୁ ୨୪, ବଲାଙ୍ଗୀରରୁ ୨୧, ଅନୁଗୁଳରୁ ୨୦, ସମ୍ବଲପୁରରୁ ୧୯, ଝାରୁସୁଗୁଡ଼ାରୁ ୧୮, ବାଲେଶ୍ୱର, କଟକ ଓ ଯାଜପୁରରୁ ୧୬, ଖୋର୍ଦ୍ଧାରୁ ୧୫, ବରଗଡ଼ ଓ କେନ୍ଦୁଝରରୁ ୯, ନୂଆପଡ଼ାରୁ ୪, ଢ଼େଙ୍କାନାଳ, ଗଞ୍ଜାମ, ନବରଙ୍ଗପୁର, ନୟାଗଡ଼ ଓ ରାୟାଗଡ଼ରୁ ୨, ଭଦ୍ରକ, ଜଗତ୍‌ସିଂହପୁର ଓ ସୋନପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବାବେଳେ ଷ୍ଟେଟ ପୁଲରୁ ୭ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

Share