Categories: ଜାତୀୟ

ଅଟକ ଥିବା ୨୭୬ ଯାତ୍ରୀ ପହଞ୍ଚିଲେ ମୁମ୍ବାଇ

ମୁମ୍ବାଇ,୨୬।୧୨: ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଚାରି ଦିନ ଅଟକି ରହିଥିବା ବିମାନରେ ଥିବା ୨୭୬ ଜଣ ଯାତ୍ରୀଙ୍କୁ ନେଇ ଏକ ବିମାନ ମୁମ୍ବାଇରେ ପହଞ୍ଚିଛି। ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ୨୭୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ମଙ୍ଗଳବାର ସକାଳେ ମୁମ୍ବାଇରେ ପହଞ୍ଚିଛି।

ଅଧିକାରୀ କହିଛନ୍ତି ଯେ ଏୟାରବସ ଏ୩୪୦ ସକାଳ ୪ଟାରେ ମୁମ୍ବାଇରେ ଅବତରଣ କରିଛି। ବିମାନଟି ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ସାଢେ ୨ଟାରେ ପ୍ୟାରିସର ଭିଟ୍ରି ବିମାନବନ୍ଦରରୁ ଉଡାଣ ଆରମ୍ଭ କରିଥିଲା।
ଫ୍ରାନ୍ସର ଅଧିକାରୀଙ୍କ କହିବାନୁସାରେ, ବିମାନଟି ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ୨୭୬ ଯାତ୍ରୀଙ୍କୁ ନେଇ ଯାଉଥିଲା। ତେବେ ଦୁଇ ନାବାଳକଙ୍କ ସମେତ ୨୫ ଜଣ ବ୍ୟକ୍ତି ଶରଣ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ବର୍ତ୍ତମାନ ଏହି ଲୋକମାନେ ଫ୍ରାନ୍ସରେ ଉପସ୍ଥିତ ଅଛନ୍ତି।
ଫ୍ରାନ୍ସର ଏକ ନ୍ୟୁଜ ଚ୍ୟାନେଲ କହିଛି ଯେ ଅନ୍ୟ ଦୁଇଜଣଙ୍କୁ ଅଟକ ରଖାଯାଇ ବିଚାରପତିଙ୍କ ନିକଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ବିମାନରେ ଭାଟ୍ରି ବିମାନବନ୍ଦରରେ ଅବତରଣ କରିବା ସମୟରେ ୩୦୩ ଜଣ ଭାରତୀୟ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରେ ୧୧ ଜଣ ନାବାଳକ ମଧ୍ୟ ଥିଲେ।
ଦୂଚନାଯୋଗ୍ୟ, ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସର ଭାଟ୍ରି ବିମାନବନ୍ଦରରେ ୩୦୩ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ନିକାରାଗୁଆ ଅଭିମୁଖେ ଯାତ୍ରା ବନ୍ଦ ହୋଇଯାଇଥିଲା। ଫରାସୀ ଗଣମାଧ୍ୟମ ଅନୁଯାୟୀ, କିଛି ଯାତ୍ରୀ ହିନ୍ଦୀ ଏବଂ କିଛି ତାମିଲ ଭାଷା କହୁଥିଲେ। ତେବେ ଚୋରା କାରବାରରେ କୌଣସି ସମ୍ପୃକ୍ତିକୁ ଏୟାରଲାଇନ୍ସର ଓକିଲ ଅସ୍ବୀକାର କରିଛନ୍ତି। ସୂଚନାନୁସାରେ, ଫ୍ରାନ୍ସରେ ମାନବ ଚାଲାଣ ପାଇଁ ୨୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ରହିଛି।

Share