୨୬ ଲକ୍ଷ ୫ଶହ ଟଙ୍କିଆ ନୋଟ ଜବତ

କଟକ ଅଫିସ,୪।୬: କଟକରୁ ଜଣେ ବ୍ୟକ୍ତିଙ୍କଠାରୁ ୨୬ ଲକ୍ଷ ୫ଶହ ଟଙ୍କିଆ ନୋଟ ଜବତ ହୋଇଛି। ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି। ଏହି ଟଙ୍କା ସେ କେଉଁଠୁ ଆଣିଲେ ତାହାର ପ୍ରମାଣ ଦେଇ ନ ପାରିବାରୁ ପୋଲିସ ଟଙ୍କା ଜବତ କରି ଆୟକର ବିଭାଗକୁ ହସ୍ତାନ୍ତର କରିଛି । ତେବେ ଏହି ଟଙ୍କା ପଛରେ ଜିଏସ୍‌ଟି ଠକେଇ ହୋଇ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଦରଘାବଜାର ଥାନା ପୋଲିସ ପାଟ୍ରୋଲିଂ ବେଳେ ଏହି ସନ୍ଦିଗ୍ଧ ଯୁବକଙ୍କୁ ଧରିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଗରୁ ପ୍ରାୟ ୨୬ ଲକ୍ଷ ଟଙ୍କାର ୫ଶହ ଟଙ୍କିଆ ନୋଟ ମିଳିଥିଲା । ତାଙ୍କୁ ପଚାରିବାରୁ ସେ ପଶ୍ଚିମବଙ୍ଗ ଜିଲା ମେଦିନାପୁର ଅଞ୍ଚଳର ରାକେଶ ଧଡ଼ା ବୋଲି କହିଥିଲେ । ସେ ଉକ୍ତ ଟଙ୍କା ୫ଶହ ଗ୍ରାମ୍‌ ସୁନା ବିସ୍କୁଟ ବିକ୍ରି କରିବା ପରେ ଜଣେ ବ୍ୟବସାୟୀଙ୍କଠାରୁ ସଂଗ୍ରହ କରି ନେଇ କୋଲକାତା ଯାଉଥିଲେ ବୋଲି କହିଥିଲେ । ତେବେ ଟଙ୍କା ଜବତ ପରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।