ଦିନକରେ କଟାଗଲା ୨୭୭ ଚାଲାଣ

ଅନୁଗୋଳ ଅଫିସ, ୨୬।୫: ଅନୁଗୋଳ ଜିଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଜାତୀୟ ରାଜପଥ ହେଉ କି ରାଜ୍ୟ ରାଜପଥ, ଦୈନିକ ଦୁର୍ଘଟଣାରେ ଏକାଧିକ ଲୋକଙ୍କ ଜୀବନହାନି ଘଟୁଛି। ସଡ଼କ ସୁରକ୍ଷା ନିୟମ ପାଳନ କରାଯାଉ ନ ଥିବାରୁ ଦୁର୍ଘଟଣା ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଥିବା ଅଭିଯୋଗ ପରେ ଏବେ କଠୋର ଆଭିମୁଖ୍ୟ ଦେଖାଇଛି ଅନୁଗୋଳ ଆଞ୍ଚଳିକ ପରିବହନ ବିଭାଗ। ବୁଧବାର ଜିଲାର ବିଭିନ୍ନ ସ୍ଥାନରେ ଗାଡ଼ି ଚେକିଂ କରାଯାଇ ୨୭୭ ଜଣ ଚାଳକଙ୍କ ନାମରେ ଚାଲାଣ କଟାଯାଇଛି। ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ଅଞ୍ଚଳିକ ପରିବହନ ଅଧିକାରୀ ବିଭବ ସାମନ୍ତସିଂହ ରାୟ ସୂଚନା ଦେଇଛନ୍ତି।
ଅନୁଗୋଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ କରାଯାଇଥିଲା। ଜିଲାରେ ବିଭିନ୍ନ ସ୍ଥାନରେ ଚେକିଂ ମାଧ୍ୟମରେ ଦୁଇ ଚକିଆ ଠାରୁ ଆରମ୍ଭ କରି ଟ୍ରକ୍‌ ଚାଳକଙ୍କ ଗତିବିଧ ଉପରେ ନଜର ରଖାଯାଇଥିଲା। ବିଶେଷକରି ହେଲମେଟ୍‌ ପିନ୍ଧି ନ ଥିବା, ମଦ୍ୟପାନ କରି ଗାଡ଼ି ଚଳାଉଥିବା, ବାଇକ୍‌ରେ ୩ ଜଣିଆ ଯାତ୍ରା ଓ ନାବାଳକଙ୍କ ଗାଡ଼ି ଚାଳନା ଉପରେ ଅଧିକ ଦୃଷ୍ଟି ଦିଆଯାଇଥିଲା। ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ସହରାଞ୍ଚଳ ରାସ୍ତାରେ ଏହି ଯାଞ୍ଚ କରାଯାଇଥିଲା। କେବଳ ସହର ମଧ୍ୟରେ ଚେକିଂ ବେଳେ ୩୬ ଜଣ ଗାଡ଼ି ଚାଳକଙ୍କ ନାମରେ ଚାଲାଣ କଟାଯାଇଥିଲା। ଜିଲାର ବିଭିନ୍ନ ସ୍ଥାନରେ ବିନା ହେଲମେଟରେ ଯାଉଥିବା ୨୦୨ ଜଣ ଧରାପଡ଼ିଥିଲେ। ବାଇକ୍‌ରେ ୩ ଜଣିଆ ଯାତ୍ରା କରୁଥିବା ଅଭିଯୋଗରେ ୧୭ ଜଣ ଚାଳକଙ୍କୁ ଜରିମାନା କରାଯାଇଥିଲା। ୫୩ ଜଣ ଗାଡ଼ି ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା। ମଦ୍ୟପାନ କରି ଡ୍ରାଇଭିଂ ଯୋଗୁ ୪ଟି ଟ୍ରକ୍‌ ସିଜ୍‌ କରାଯାଇଥିଲା। ପରିବହନ ଅଧିକାରୀ ବିଭବ ସାମନ୍ତସିଂହ ରାୟ କହିଛନ୍ତି, ୫୩ଜଣ ଚାଳକଙ୍କ ଲାଇସେନ୍ସକୁ ୩ ମାସ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି। ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ଡ୍ରାଇଭରଙ୍କ ଉପରେ ସେଶାଲ ଡ୍ରାଇଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଅଘଟଣ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଅନୁଗୋଳ,୧୩।୯: ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ...

କଠୋର ହେଲା ପ୍ରଶାସନ, ଶିଳ୍ପନଗରୀରେ ବାଜିବନି ଡିଜେ

ତାଳଚେର,୧୨ା୯(ମନୋଜ ନନ୍ଦ): ଶିଳ୍ପ ନଗରୀ ତାଳଚେରରେ ବାଜି ପାରିବନି ଡିଜେ ସାଉଣ୍ଡ। ଶିଳ୍ପ ନଗରୀ ତାଳଚେରରେ ବର୍ତ୍ତମାନ ଗଣେଶ ପୂଜା ଚାଲିଥିଲା ବେଳେ ଚଳିତ ମାସର...

ଗୋରୁ ଚାଲାଣବେଳେ ମାଡ଼ିବସିଲେ ଗ୍ରାମବାସୀ

ଅନୁଗୋଳ ଅଫିସ,୧୦।୯- ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଉପରଛକ ଠାରେ ଗୋରୁଚାଲଣ ବେଳେ ବିରୋଧ କରିଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି...

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ...

ସ୍କୁଲରେ ତାଲା, ରାସ୍ତାରେ ପଢ଼ିଲେ ପିଲା

ବଇଣ୍ଡା,୪ା୯ (ପରିକ୍ଷିତ ସାହୁ): ସରକାରୀ ସ୍କୁଲ ପାଇଁ ଜମି ଦେଇଥିଲେ ମଧ୍ୟ ଜମି ମାଲିକଙ୍କ ସମ୍ପର୍କୀୟଙ୍କୁ ରୋଷେୟା ଭାବେ ନିଯୁକ୍ତି ମିଳିଲା ନାହିଁ। ଏଥିରେ ଖପ୍ପା...

ଖଣି ଉପନିର୍ଦ୍ଦେଶକଙ୍କ ଘର ନୁହେଁ ତ ଟଙ୍କାର ଗନ୍ତାଘର,ବାହାରୁଛି ପୁଳାପୁଳା ଟଙ୍କା ସୁନା

ତାଳଚେର,୨ା୯(ମନୋଜ ନନ୍ଦ): ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri