ପଶ୍ଚିମବଙ୍ଗରେ ବଢ଼ିଲା ଲକ୍‌ଡାଉନ

କୋଲକାତା,୨୪।୬: ପଶ୍ଚିମବଙ୍ଗରେ ବଢ଼ିଲା ଲକ୍‌ଡାଉନ। ଜୁଲାଇ ୩୧ ଯାଏଁ ଲକ୍‌ଡାଉନ ବୃଦ୍ଧି କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ସୁବେରେ ଲଗାତର ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବୁଧବାର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିଥିଲା। ଏଥିରେ ଜୁଲାଇ ୩୧ ଯାଏଁ ଲକ୍‌ଡାଉନ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ଏହି ସମୟରେ ସୁବେରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ଏଥିସହ ସରକାରୀ କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ବର୍ତ୍ତମାନ ଭଳି କାର୍ଯ୍ୟ ଜାରି ରହିବ ବୋଲି ମମତା କହିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୭୨୮ରେ ପହଞ୍ଚିଛି। ସେଥିମଧ୍ୟରୁ ୯,୨୧୮ରୁ ଉର୍ଦ୍ଧ୍ୱ ସୁସ୍ଥ ଓ ୫୮୦ଜଣଙ୍କ ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି।

Share