Categories: ଗଞ୍ଜାମ

୨୮ ପାନ ଦୋକାନରୁ ଜରିମାନା ଆଦାୟ

ଛତ୍ରପୁର,୨୩ା୬(ଡି.ଏନ.ଏ): ଛତ୍ରପୁର ସହର ଓ ବାଇପାସ୍‌ ଅଞ୍ଚଳରେ ଥିବା ସମସ୍ତ ପାନଦେକାନରେ ମଙ୍ଗଳବାର ଏକ ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରି ଯାଞ୍ଚ କରିଥିଲା। ସେଥିରୁ ୨୮ ପାନ ଦୋକାନରେ ଗୁଟଖା, ବିଡି, ସିଗାରେଟ୍‌, ଖଇନି ଆଦି ବିକ୍ରି ହେଉଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ଉକ୍ତ ଦୋକାନୀମାନଙ୍କ ଠାରୁ ୫ ହଜାର ୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛିା ଏଥିସହ ସର୍ବସାଧାରଣ ସ୍ଥାନରେ ଗୁଟଖା, ବିଡି, ସିଗାରେଟ୍‌, ନାସ, ଖଇନି ଆଦି ବିକ୍ରି ନ କରିବାକୁ ତାଗିଦ୍‌ କରାଯାଇଥିଲା ା ବ୍ରହ୍ମପୁର ସିଡିଏମଓ ଅଫିସର ଖାଦ୍ୟ ସୁରକ୍ଷା ଅଧିକାରୀ ଚିନ୍ମୟ ପାଢୀଙ୍କ ନେତୃତ୍ୱରେ ଏକ ସ୍କ୍ବାର୍ଡ ଟିମ୍‌ ଏହି ଚଢାଉ କରିଥିଲୋ ଛତ୍ରପୁର ପୋଲିସ ଫୋର୍ସ ସହାୟତା କରିଥିଲୋ ବିଶେଷକରି ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବସଷ୍ଟାଣ୍ଡ ଆଦି ସର୍ବସାଧାରଣ ସ୍ଥାନରେ ଏପରି ଯାଞ୍ଚ କରାଯାଉଛି ା କେହି ଏହି ନିଷେଧ ସାମଗ୍ରୀ ବିକ୍ରି କରୁଥିଲେ ତାଙ୍କଠାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବା ନିୟମ ରହିଥିବା ସୂଚନା ଦିଆଯାଇଛି ା