୫୯୮ ମହିଳା ଗୋଷ୍ଠୀଙ୍କୁ ୨୮ କୋଟି ଋଣ

ସୋରଡ଼ା,୨୦।୨(ଡି.ଏନ୍‌.ଏ): ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ସୋମବାର ବ୍ଲକ ମିଶନ ଶକ୍ତି ପକ୍ଷରୁ ସାଗରବନ୍ଧ ନିକଟ ପଡ଼ିଆରେ ଋଣ ମେଳା ଆୟୋଜିତ କରାଯାଇଥିଲା। ଏଥିରେ ବ୍ଲକର ୫୯୮ ମହିଳା ଗୋଷ୍ଠୀଙ୍କୁ ୨୮କୋଟି ୫୬ ଲକ୍ଷ ୩୮ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଛି ।

ମେଳାରେ ଆସିକା ଏମ୍‌ପି ପ୍ରମିଳା ବିଶୋଇ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁ, ବ୍ଲକ ଅଧ୍ୟକ୍ଷା ସାଇବାଣୀ ମଲିକ, ଏନ୍‌ଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା, ଉପାଧ୍ୟକ୍ଷା ଭାଗ୍ୟଲତା ଡାକୁଆ, ତହସିଲଦାର ପ୍ରଫୁଲ୍ଲ ଡାକୁଆ, ବି .ସିମାଞ୍ଚଳ ମଣ୍ଡଳ ପ୍ରମୁଖ ଯୋଗଦେଇଥିଲେ। ସରକାର ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଆତ୍ମନିର୍ଭରଶୀଳ କରାଇବାକୁ ଏହି ପଦକ୍ଷେପ ନେଇଛନ୍ତି ବୋଲି ଉପସ୍ଥିତ ପ୍ରତିନିଧି କହିଥିଲେ । ୨୬ ପଞ୍ଚାୟତରୁ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ମହିଳା ଗୋଷ୍ଠୀ ଯୋଗ ଦେଇଥିଲେ ।

Share