Posted inଜାତୀୟ

୨୮ ଖାଲି, ଅନେକ ଆଶାୟୀ

ନୂଆଦିଲ୍ଲୀ,୧୯ା୬: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ଶିବସେନା ଓ ଶିରୋମଣି ଅକାଳୀ ଦଳ ଓହରିଯିବା ଏବଂ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଅଧ୍ୟକ୍ଷ ରାମବିଳାସ ପାଶ୍ୱାନଙ୍କ ପରଲୋକ ହେବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳର କେତୋଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି। କେତେଜଣ ମନ୍ତ୍ରୀ ଏକାଥରକେ ୩-୪ଟି ଲେଖାଏ ମନ୍ତ୍ରଣାଳୟର ଭାର ସମ୍ଭାଳୁଛନ୍ତି। ତେଣୁ ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ହେବାକୁ ଥିବା ୫ ରାଜ୍ୟ ବିଧାନସଭା ଭୋଟ ଓ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଏବଂ ଏନ୍‌ଡିଏର କେତେଜଣ ଅନୁଭବୀ ନେତାଙ୍କୁ ଏହି ପଦରେ ଥଇଥାନ କରାଯାଇପାରେ। କ୍ୟାବିନେଟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁଶୀଲ ମୋଦିଙ୍କ ସମେତ କେତେଜଣ ନୂଆମୁହଁଙ୍କୁ ସାମିଲ କରାଯିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି। କାରଣ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ କରୋନା କାଳରେ ହଠାତ୍‌ ଚଳଚଞ୍ଚଳ ହୋଇଉଠିଛି। ମନ୍ତ୍ରୀ ହେବା ପାଇଁ ମାଳ ମାଳ ଆଶାୟୀ ଦିଲ୍ଲୀରେ ଡେରା ପକାଇଛନ୍ତି।
୨୦୧୯ ମେ’ ୩୦ରେ କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଆରମ୍ଭ ହୋଇଥିଲା। ସେତେବେଳେ ୫୭ ମନ୍ତ୍ରୀ ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୨୪ କ୍ୟାବିନେଟ ମନ୍ତ୍ରୀ, ୯ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଓ ୨୪ ରାଷ୍ଟ୍ରମନ୍ତ୍ରୀ। ପ୍ରଥମ ପାଳି କ୍ୟାବିନେଟଠାରୁ ଏହି ସଂଖ୍ୟା ୧୨ ଅଧିକ ଥିଲା। ବର୍ତ୍ତମାନ କ୍ୟାବିନେଟରେ ୨ ଡଜନରୁ ଊର୍ଦ୍ଧ୍ୱ ପଦବୀ ଖାଲିପଡ଼ିଛି। ପ୍ରଧାନମନ୍ତ୍ରୀଙ୍କୁ ବାଦ୍‌ଦେଇ ୨୧ ଜଣ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ସେହିପରି ୯ ରାଷ୍ଟ୍ରମନ୍ତ୍ରୀ ଏବଂ ୨୩ ସ୍ବାଧୀନ ଦାୟିତ୍ୱ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ପ୍ରଧାନମନ୍ତ୍ରୀ ଚାହିଁଲେ ଆଉ ସର୍ବାଧିକ ୨୮ ଜଣଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରନ୍ତି। ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ପୂର୍ବରୁ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ମନ୍ତ୍ରୀମାନଙ୍କୁ ଡକାଇ ଗୋଷ୍ଠୀଗତ ଭାବେ ସେମାନଙ୍କ କାର୍ଯ୍ୟ ସମୀକ୍ଷା କରୁଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକଗୁଡ଼ିକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉପସ୍ଥିତ ରହୁଛନ୍ତି। ୪ ଦିନ ଭିତରେ ୨ ଥର ବୈଠକ ବସିଛି। କ୍ୟାବିନେଟ ସମ୍ପ୍ରସାରଣ ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନ ଥିଲେ ହେଁ ମୋଦି ସରକାରରେ ମନ୍ତ୍ରୀମାନଙ୍କ ସଂଖ୍ୟା ୬୦ରୁ ୭୯କୁ ଉଠିଯାଇପାରେ। ଦୁର୍ବଳ ପ୍ରଦର୍ଶନକାରୀ ମନ୍ତ୍ରୀମାନଙ୍କୁ ବିଦା କରି ନୂଆ ମୁହଁଙ୍କୁ ସାମିଲ କରାଯିବ। ନିର୍ବାଚନ ହେବାକୁ ଥିବା ରାଜ୍ୟ ଉତ୍ତର ପ୍ରଦେଶ, ପଞ୍ଜବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରର ନେତାମାନଙ୍କୁ କ୍ୟାବିନେଟରେ ଅଧିକ ପ୍ରତିନିଧିତ୍ୱ ମିଳିବ ବୋଲି ଚର୍ଚ୍ଚା

 

ଚର୍ଚ୍ଚାରେ ସମ୍ଭାବ୍ୟ ଚେହେରା
ମୋଦି କ୍ୟାବିନେଟରେ ସ୍ଥାନ ପାଇବାକୁ ଥିବା ନେତାଙ୍କ ମଧ୍ୟରୁ ୪ ଥର ଏମ୍‌ପି ହୋଇଥିବା ତଥା କଂଗ୍ରେସରୁ ଭାଜପାକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ସର୍ବାଧିକ ଚର୍ଚ୍ଚାରେ ରହିଛି। ସେହିପରି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଶୁକ୍ରବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେତେଜଣ ବରିଷ୍ଠ ଭାଜପା ନେତାଙ୍କୁ ଭେଟିଛନ୍ତି। ତାଙ୍କୁ ପୁଣି ଥରେ କେନ୍ଦ୍ରମନ୍ତ୍ରୀ କରାଯାଇପାରେ। ତୃଣମୂଳ କଂଗ୍ରେସରୁ ଭାଜପାକୁ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀନେଶ ତ୍ରିବେଦୀ, ରାଜସ୍ଥାନରୁ ରାଜ୍ୟ ସଭାକୁ ଯାଇଥିବା ଭୂପେନ୍ଦର ଯାଦବ ଏବଂ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ସେହିପରି ପିଲିଭିଟ ଏମ୍‌ପି ବରୁଣ ଗାନ୍ଧୀ, ଲଦାଖ ଏମ୍‌ପି ସେରିଙ୍ଗ୍‌ ନମ୍‌ଗ୍ୟାଲ୍‌ ଓ ଅପନା ଦଳ ନେତ୍ରୀ ଅନୁପ୍ରିୟା ପଟେଲଙ୍କୁ ମଧ୍ୟ ସୁଯୋଗ ମିଳିପାରେ। ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ସମ୍ମାନଜନକ ଭାଗ ମାଗୁଥିବାରୁ ଏହାକୁ ମଧ୍ୟ ଏଥିରେ ସାମିଲ କରାଯାଇପାରେ। ମହାରାଷ୍ଟ୍ରର ଭାଜପା ଏମ୍‌ପି ନାରାୟଣ ରାଣେ, ଉଦୟନରାଜେ ଭୋସ୍‌ଲେ ଓ ପ୍ରୀତମ ମୁଣ୍ଡେଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri