ଅନଲାଇନ ଗେମିଂରେ ୨୮ ପ୍ରତିଶତ ଜିଏସଟିର ପ୍ରଭାବ: ଏମପିଏଲ ୩୫୦ କର୍ମଚାରୀଙ୍କୁ କରିବ ଛଟେଇ…

ନୂଆଦିଲ୍ଲୀ,୮।୮ : ଅନଲାଇଇନ ଗେମିଂରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବା ନିଷ୍ପତ୍ତିିର ପ୍ରଭାବ ଅନୁଭୁତ ହୋଇଛି। ଅନଲାଇନ୍‌ ଗେମିଂ କମ୍ପାନୀ ଏମପିଏଲ(ମୋବାଇଲ ପ୍ରିମିୟର ଲିଗ) ଏହାର ୩୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଅନଲାଇନ ଗେମିଂରେ ଜିଏସଟି ହାରରେ ବୃଦ୍ଧି ଯୋଗୁ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଅଗଷ୍ଟ ୮ ରେ କର୍ମଚାରୀଙ୍କୁ ପଠାଯାଇଥିବା ଏକ ଇମେଲରେ ଏମପିଏଲର ସହ-ପ୍ରତିଷ୍ଠାତା ତଥା ସିଇଓ ସାଇ ଶ୍ରୀନିବାସନ କହିଛନ୍ତି ଜିଏସଟିରେ ୨୮ ପ୍ରତିଶତ ବୃଦ୍ଧି ଯୋଗୁ ଆମ ଉପରେ ଟିକସ ବୋଝ ୩୫୦ ରୁ ୪୦୦ପ୍ରତିଶତ ବୃଦ୍ଧି ପାଇବ। ଏହି କାରଣରୁ କମ୍ପାନୀ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି।

ସାଇ ଶ୍ରୀନିବାସନ କହିଛନ୍ତି କର୍ମଚାରୀଙ୍କ ବ୍ୟତୀତ କମ୍ପାନୀର ମୁଖ୍ୟ ଖର୍ଚ୍ଚ ହେଉଛି ସର୍ଭର ଏବଂ ଅଫିସ ଭିତ୍ତିଭୂମି, ଯାହା ଖର୍ଚ୍ଚ ହ୍ରାସ କରିବା ଆବଶ୍ୟକ। ବାସ୍ତବରେ, ୧୧ ଜୁଲାଇ ୨୦୨୩ ରେ, ଜିଏସଟି ପରିଷଦ ଅନଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ଘୋଷଣା କରିଥିଲା, ଯାହା ୧ ଅକ୍ଟୋବର ୨୦୨୩ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଅନଲାଇନ ଗେମିଂ କମ୍ପାନୀଗୁଡିକ ପ୍ରଧାନମନ୍ତ୍ରୀଙ୍କ ଠାରୁ ଅର୍ଥମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।

ତେବେ ୨ ଅଗଷ୍ଟରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ୧ ଅକ୍ଟୋବର ୨୦୨୩ରୁ ଅନଲାଇନ ଖେଳ, ଘୋଡା ଦୌଡ଼ ଏବଂ କାଜିନୋ ଉପରେ ୨୮ ପ୍ରତିଶତ ଟିକସ ଲାଗୁ କରାଯିବ। ଏହି ତାରିଖର ଛଅ ମାସ ପରେ ଜିଏସଟି ପରିଷଦ ଲାଗୁ ହୋଇଥିବା ଟ୍ୟାକ୍ସର ସମୀକ୍ଷା କରିବ ।

ତେବେ ଜିଏସ୍ଟି କାଉନସିଲର ଏହି ନିଷ୍ପତ୍ତି ଯୋଗୁ ଗେମିଂ କମ୍ପାନୀ ଡ୍ରିମ ୧୧ ଏବଂ ଏମପିଏଲର ଅସୁବିଧା ବୃଦ୍ଧି ପାଇଛି।

Share