୨୮ ଲକ୍ଷର ବ୍ରାଉନସୁଗାର ଜବତ,୨ ଗିରଫ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜଧାନୀରୁ ବ୍ରାଉନସୁଗାର ଜବତ। ୟୁନିଟ ୮ ନାରାୟଣୀ ବସ୍ତିରୁ ୨୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଏଥିରେ ଦୁଇ ଭାଇଙ୍କୁ ଗିରଫ କରାଯାଇଛି। ଏମାନେ ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ବିକ୍ରି କରୁଥିଲେ। ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

Share