ମସାଜ ଶରୀରକୁ ଆରାମ ଦେଇଥାଏ, ମାତ୍ର ଆପଣ କେବେ ନିଜ ଶରୀରରେ ସ୍ନେକ ମସାଜ ଅର୍ଥାତ ସାପ ଦ୍ୱାରା ମସାଜ କରିଛନ୍ତି କି? ଆପଣ ଭାବୁଥିବେ ସାପ ସହିତ ମସାଜ, କିଏ ଏତେ ବଡ଼ ସାହସ କରିପାରିବ? ମାତ୍ର ଏହା ସମ୍ପୂର୍ଣ୍ଣ ସତ୍ୟ ଘଟଣା। ଇଜିପ୍ଟର ଏକ ସ୍ପାରେ ଲୋକଙ୍କୁ ସାପ ମସାଜ କରାଯାଉଛି। ଏହା ଶରୀରକୁ ବହୁତ ଆରାମ ଦେଇଥାଏ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ବୋଲି ଦାବି ହେଉଛି।
ରାଜଧାନୀ କାଇରୋର ଏହି ସ୍ପା ଲୋକମାନଙ୍କୁ ସାପ ମସାଜ ସେବା ଯୋଗାଇ ଦେଇ ଆସୁଛି। ଏହି ମସାଜ୍ରେ ବିଷାକ୍ତ ସାପ ବ୍ୟବହାର କରାଯାଏ। ଜୀବନ୍ତ ସାପକୁ ଲୋକଙ୍କ ପିଠି ଏବଂ ମୁହଁରେ ଛାଡିଦିଆଯାଏ। ଏହା ଶରୀରକୁ ବିଭିନ୍ନ ଯନ୍ତ୍ରଣାରୁ ଉପଷମ ଦେଇଥାଏ।
ସୂଚନାଯୋଗ୍ୟ, ମସାଜରେ ପ୍ରଥମେ ଗ୍ରାହକଙ୍କ ପିଠିରେ ତେଲ ଘଷାଯାଏ। ପରେ ୩୦ ମିନିଟ ପର୍ଯ୍ୟନ୍ତ ୨୮ ଟି ବିଭିନ୍ନ ପ୍ରକାରର ବିଷାକ୍ତ ସାପ ଶରୀରରେ ଛାଡି ଦିଆଯାଏ। ସାପ ମସାଜର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।