ଦାଦନ ଦୁଃଖ: ଦୁବାଇରେ ଫସିଛନ୍ତି ୨୮ ଶ୍ରମିକ

କେନ୍ଦ୍ରାପଡ଼ା,୧୫ା୬(ଜଗନ୍ନାଥ ଧଳ): ଦାଦନ ଯନ୍ତ୍ରଣା କେନ୍ଦ୍ରାପଡ଼ା ଜିଲାରେ ବଢ଼ିଚାଲିଛି। ଚଳିତ ସପ୍ତାହରେ ନଜରକୁ ଆସିଥିବା ଦୁଇଟି ଘଟଣା ଏବେ ପ୍ରବାସ ଜୀବନର ସଂଘର୍ଷ କାହାଣୀକୁ ସ୍ଥାନୀୟ ଅଞ୍ଚଳରେ ଦୁଃଖପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛି। ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ କୋଚିଳାବେଲାରି ଗ୍ରାମର ଝରଣା ମଣ୍ଡଳ ବେଙ୍ଗାଲୁରୁରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଦୁଇଦିନ ପୂର୍ବେ ତାଙ୍କର ସେଠାରେ ମୃତ୍ୟୁ ହୋଇଛି। ଆର୍ଥିକ ଦୁରବସ୍ଥା ଯୋଗୁ ଗ୍ରାମକୁ ଝରଣାଙ୍କ ମୃତଦେହ ଆସିପାରୁନାହିଁ। ରଜରେ ସଜ ହେବାକୁ ଚାହିଁ ବସିଥିବା କିଶୋରୀ କନ୍ୟା ସ୍ନେହା ଏବେ ମା’ ଝରଣାଙ୍କ ମୃତଦେହକୁ ଘରକୁ ଆଣିବାକୁ ପ୍ରଶାସନ ସହିତ ବୈଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନର ସହଯୋଗ ଲୋଡିଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ଓ ରାଜନଗର ଅଞ୍ଚଳର ୨୮ ଶ୍ରମିକ ଦୁବାଇ ସହରର ଜବରଅଲିସ୍ଥ ଗ୍ରାଣ୍ଡ୍‌ ହାଇପର ମାର୍କେଟ ପାଖରେ ଥିବା ଇଞ୍ଜିନିୟରିଂ କଣ୍ଟ୍ରାକ୍ଟିଂ କମ୍ପାନୀ (ଇସିସି)ରେ ଫସି ଯାଇଛନ୍ତି। ଏହି ଶ୍ରମିକଙ୍କୁ ନେଇଥିବା ଠିକାଦାର ଓ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଧରାଛୁଆଁ ଦେଉନାହାନ୍ତି। ଇସିସିରେ ୮ ଘଣ୍ଟା ବଦଳରେ ୧୦ ଘଣ୍ଟା ଶ୍ରମିକ କାର୍ଯ୍ୟ କରୁଛନ୍ତି। ଚିକିତ୍ସା ଓ ଅନ୍ୟ ଅବହେଳା ସହିତ ସୁରକ୍ଷା ବ୍ୟବସ୍ଥା ନାହିଁ। ଭଦ୍ରକରୁ ଯାଇଥିବା ସାଥୀ ସନାତନ ପରିଡାଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ପରେ ଜିଲାର ଏହି ୨୮ ଶ୍ରମିକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଭାରତ ଫେରାଇ ଆଣିବାକୁ ସେମାନେ ଭିଡିଓ ବାର୍ତ୍ତା ଦେଇଛନ୍ତି। ପ୍ରବାସରେ ଥିବା କେନ୍ଦ୍ରାପଡ଼ାର ଏହି ଶ୍ରେଣୀର ଯୁବବର୍ଗ ଏବେ ମୃତ୍ୟୁ ଓ ନିର୍ଯାତନାର ସାମ୍ନା କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ କର୍ମନିଯୁକ୍ତି ସମସ୍ୟା ସମାଧାନ ହୋଇ ପାରୁ ନ ଥିବାରୁ ଏପରି ଘଟଣା ନଜରକୁ ଆସୁଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ, ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ, ଚିତ୍ତରଞ୍ଜନ ଦାସ, ସୁଶାନ୍ତ କୁମାର ନାୟକ ପ୍ରମୁଖ କହିଛନ୍ତି, ପ୍ରବାସୀ ଶ୍ରମିକ ଝରଣାଙ୍କର ଏହି ଅକାଳ ବିୟୋଗ ଘଟଣା କେନ୍ଦ୍ରାପଡ଼ା ଜିଲାରେ ନୂଆ ନୁହେଁ। ସେହିପରି ନିର୍ଯାତନା କାହାଣୀ ପ୍ରତିମାସରେ ଶୁଣିବାକୁ ମିଳୁଛି। କରୋନା ସଂକ୍ରମଣ କାଳରେ ଜିଲାକୁ ମୋଟ ୫୮,୭୩୭ଜଣ ପ୍ରବାସୀ ଆସିଥିବା ଜିଲା ଜରୁରିକାଳୀନ ବିଭାଗରେ ପଞ୍ଜୀକୃତ ହୋଇଛି। ତେବେ ଜିଲାର ୧୬ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୭ ଲକ୍ଷ ହୋଇଥିବା ବେଳେ କରୋନା ସଂକ୍ରମଣ କାଳରେ ୩ ଲକ୍ଷରୁ ଅଧିକ ଘରକୁ ଫେରିଥିଲେ। ଜିଲାରେ କ୍ଷୁଦ୍ର, ମଧ୍ୟମ ତଥା ବୃହତ୍‌ ଶିଳ୍ପ ନାହିଁ। ସେହିପରି ରାଜ୍ୟର ଦ୍ୱିତୀୟ ବୃହତ୍ତମ ଜଳପଥ ଥିଲେ ମଧ୍ୟ ଜଳ ପରିଚାଳନା ପାଇଁ କୃଷି କ୍ଷେତ୍ର ବିପର୍ଯ୍ୟସ୍ତ ହୋଇଛି। ଜାତୀୟ ଉଦ୍ୟାନ ଓ ରାମ୍‌ସାର ସାଇଟ ଭାବେ ଭିତରକନିକା ମାନ୍ୟତା ପାଇଥିଲେ ମଧ୍ୟ ପର୍ଯ୍ୟଟନ ଶିଳ୍ପ ରୁଗ୍‌ଣ ଅବସ୍ଥାରେ ଅଛି। ସେହିପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଅଭାବରୁ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ଏପରିସ୍ଥିତିରେ ଜିଲାର ଯୁବବର୍ଗ ବାଧ୍ୟ ହୋଇ ପ୍ରବାସକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ଯୁବବର୍ଗଙ୍କ ଶ୍ରମିକ ଦଲାଲ ଅର୍ଥ ପ୍ରଲୋଭନ ଦେଖାଇ ନେଉଥିଲେ ମଧ୍ୟ ଏମାନଙ୍କର ଲାଇସେନ୍ସ ନାହିଁ। ଫଳରେ ପ୍ରବାସରେ ନିର୍ଯାତିତ ଅଥବା ମୃତ୍ୟୁ ହେଲେ ପ୍ରଶାସନ ନିକଟରେ ଖବର ପହଞ୍ଚତ୍ ପାରୁନାହିଁ। ଏପରିକି ସରକାରୀ କ୍ଷତିପୂରଣରୁ ଶ୍ରମିକଙ୍କ ପରିବାର ବଞ୍ଚତ୍ତ ହେଉଛନ୍ତି। ଗ୍ରାମୱାରୀ ଶ୍ରମିକ ଚିହ୍ନଟକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ପଞ୍ଜୀକୃତ କଲେ ଶ୍ରମିକଙ୍କ ନିର୍ଯାତନା କାହାଣୀ କମିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଶ୍ରମିକଙ୍କ ପଞ୍ଜୀକରଣ ସମ୍ପର୍କରେ ଡିଭିଜନାଲ ଶ୍ରମ କମିଶନର ପ୍ରଦୀପ୍ତ ମହାନ୍ତିଙ୍କୁ ପଚାରିବାରେ ଶ୍ରମିକ ଚିହ୍ନଟ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି। ଜିଲାର ଶ୍ରମିକ ଜିଲା ଶ୍ରମ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜୀକୃତ କରି ବାହାରକୁ ଯିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image