ଆତ୍ମହତ୍ୟା କଲେ ୨୮ ବର୍ଷୀୟ ପ୍ରତିଷ୍ଠିତ ଯୁବ ବ୍ୟବସାୟୀ, ଡାଏରୀରେ ଲେଖିଲେ ଆଇ ଲଭ୍‌ ୟୁ…

ମୁମ୍ବାଇ,୧୦ା୧୨: ମୁମ୍ବାଇସ୍ଥିତ ୪ଟି ଇଭେଣ୍ଟ କମ୍ପାନୀର ମାଲିକ ତଥା ପ୍ରତିଷ୍ଠିତ ଯୁବ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ତେବେ ପ୍ରେମ ସମ୍ପର୍କ ଯୋଗୁ ସେ ଇନ୍ଦୋରରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ଦଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଯେଉଁଥିରେ ‘ଆଇ ଲଭ୍‌ ୟୁ ନିଲମ୍‌ ଲେଖାଯାଇଛି’। ତେବେ ନିଲମ କିଏ ବର୍ତ୍ତମାନ ପୋଲିସ ଖୋଜୁଛି।

ଏପରି ସମ୍ବେଦନଶୀଳ ଘଟଣା ଇନ୍ଦୋରର କାନାଡିଆ ଥାନା ଅଞ୍ଚଳରେ ଘଟିଛି। ମୁମ୍ବାଇରୁ ଇନ୍ଦୋର ଆସିଥିବା ପଙ୍କଜ କମଲେ ନାମକ ଯୁବ ବ୍ୟବସାୟୀ ବୁଧବାର ଏକ ହୋଟେଲରେ ରହିଥିଲେ। ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ଏପରିକି ପୋଲିସର ହସ୍ତଗତ ହୋଇଥିବା ଡାଏରୀରେ ଖାଲି ଆଇ ଲଭ୍‌ ୟୁ ନିଲମ ଲେଖା ନ ଥିଲା ବରଂ ତାଙ୍କର ୧ କୋଟି ଟଙ୍କା ଥିବା ବିଷୟରେ ମଧ୍ୟ ଉଲ୍ଲେଖ ରହିଛି।

ପଙ୍କଜଙ୍କ ଭାଇ ବେନି ପ୍ରସାଦଙ୍କ କହିବାନୁଯାୟୀ, ତାଙ୍କ ନାମ ଗିନିଜ୍‌ ବୁକ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ସେହିପରି ତାଙ୍କର ଏକ ବାର୍‌ ଟେଣ୍ଡର ଆଜି ପର୍ଯ୍ୟନ୍ତ ହୋଇନାହିଁ। ସେ ବିଧାୟକ ସଞ୍ଜୟ ଶୁକ୍ଳାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ।

ବିଳମ୍ବିତ ରାତିରେ ବିବାହ ଉତ୍ସବ ଚାଲିଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ବିଷୟରେ ସେ ନିଜ ସାଥୀମାନଙ୍କୁ କହିବା ପରେ ହୋଟେଲକୁ ଯାଇଥିଲେ। ତେବେ ଗୁରୁବାର ସକାଳୁ ହୋଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share