Categories: ବାଣିଜ୍ୟ

୨୬ ଆଙ୍କର ନିବେଶକଙ୍କଠାରୁ ପ୍ରାୟ ୨୮୫ କୋଟି ସଂଗ୍ରହ

ଭୁବନେଶ୍ୱର, ୧୯।୧୨: ମୁଥୁଟ୍‌ ମାଇକ୍ରୋଫିନ୍‌ ଲିମିଟେଡ୍‌ (ଏମ୍‌ଏମ୍‌ଏଲ୍‌)ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ପୂର୍ବରୁ କମ୍ପାନୀ ମୋଟ ୨୬ ଆଙ୍କର ନିବେଶକଙ୍କଠାରୁ ପ୍ରାୟ ୨୮୫ କୋଟି ଟଙ୍କା ସଂଗ୍ରହ କରିଛି। ଏପରି କି କମ୍ପାନୀ ମୋଟ ୯୭,୯୩,୮୧୨ ଇକ୍ୱିଟି ଶେୟାର ଜାରି କରି ମୋଟ ୨୮୪.୯୯ କୋଟି ଟଙ୍କା ହାସଲ କରିଛି। କମ୍ପାନୀ ଇକ୍ୱିଟି ଶେୟାର ପିଛା ୨୯୧ଟଙ୍କାରେ ଶେୟାର ଜାରି କରିଛି। ଉଲ୍ଲେଖଯୋଗ୍ୟ, ଏମ୍‌ଏମ୍‌ଏଲ୍‌ର ଆଇପିଓ-୨୦୨୩ ଡିସେମ୍ବର ୧୮ ଖୋଲିଥିବାବେଳେ ୨୦୨୩ ଡିସେମ୍ବର ୨୦ରେ ବନ୍ଦ ହେବ। ଏପରି କି ନିବେଶକମାନେ ସର୍ବନିମ୍ନ ୫୧ଟି ଇକ୍ୱିଟି ଶେୟାର ପାଇଁ ବିଡ୍‌ ଦାଖଲ କରିପାରିବେ ଓ ପରେ ୫୧ଟି ଲେଖାଏ ଶେୟାରର ଗୁଣିତକ ଭାବେ ଯୋଡ଼ିପାରିବେ।

Share