ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୬୭ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୧୧୯ ଲୋକାଲ କେସ୍ ରହିଛି। ସେହିଭଳି ୧୮ ବର୍ଷରୁ କମ୍ ବୟସର ୩୬ ଆକ୍ରାନ୍ତ ରହିଥିବା ନେଇ ଗୁରୁବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନୂତନ ଆକ୍ରାନ୍ତଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ର ସର୍ବାଧିକ ରହିଛନ୍ତି। ସେହିଭଳି ଏହାଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା୧୩,୩୧,୧୩୯କୁ ବୃଦ୍ଧି ପାଇଛି। ସେଥିରୁ ୧୩,୨୦,୨୧୬ ସୁସ୍ଥ ହୋଇଥିବା ବେଳେ ୧୬୮୫ ଆକ୍ଟିଭ୍ କେସ୍ ଏବେ ରାଜ୍ୟରେ ରହିଛି।