ଆବାସିକ ସ୍କୁଲର ୨୮୮ ଛାତ୍ରୀ କରୋନା ପଜିଟିଭ୍‌…

ଖାମ୍ମାମ,୨୨।୧୧: ଦେଶରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ଏପରିସ୍ଥଳେ ତେଲେଙ୍ଗାନାରେ ଏକ ଅବାସିକ ସ୍କୁଲର ୨୮୮ ଛାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଖାମ୍ମାମ ଜିଲାର ଏକ ସରକାରୀ ଆବାସିକ ସ୍କୁଲରେ ଏଭଳି ଘଟିଛି। ଆବାସିକ ସ୍କୁଲରେ ସଂକ୍ରମଣ ବଢୁଥିବା ଖବର ମିଳିପାରେ ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଘରକୁ ଫେରାଇ ନେବାକୁ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଛନ୍ତି। ସ୍କୁଲର ସମସ୍ତ କର୍ମଚାରୀ ଏବଂ ଟିଚିଂ ଷ୍ଟାଫ୍‌ଙ୍କ ନମୁନା ପରୀକ୍ଷା କରିବା ଲାଗି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ସ୍କୁଲରେ ୫୭୫ ଛାତ୍ରୀ ଅଧ୍ୟୟନ କରୁଥିବା ଜିଲା ଶିକ୍ଷା ଅଧିକାରୀ କହିଛନ୍ତି। ଏହାକୁ ନେଇ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି।

ଖବର ପ୍ରଚାରିତ ହେବାପରେ ରାଜ୍ୟ ସ୍ବାସ୍ଥ୍ୟନ୍ତ୍ରୀ ଟି. ହରିଶ୍‌ ରାଓ ଜିଲା ସ୍ବାସ୍ଥ୍ୟ ଅଧିକାରଙ୍କ ସହିତ ପରିସ୍ଥିତିକୁ କିଭଳି ନିୟନ୍ତ୍ରଣକୁ ଅଣାଯିବ ସେ ନେଇ ଆଲୋଚନା କରିଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

Share