ଓଏଚ୍‌ପିସିର ୨୮ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୩।୪: ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ (ଓଏଚ୍‌ପିସି)ର ୨୮ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଏକ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଓଏଚ୍‌ପିସିର ଚେୟାରମ୍ୟାନ ବିଷ୍ଣୁପଦ ସେଠୀ, ଓପିଟିସିଏଲ୍‌ର ସିଏମ୍‌ଡି ସଞ୍ଜୟ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏଚ୍‌ପିସିର ପରିଚାଳନା ନିର୍ଦ୍ଦେଶକ ଅମରେଶ କୁମାରଙ୍କ ସମେତ ନିର୍ଦ୍ଦେଶକ (ଏଚ୍‌ଆର) ଡ. ପ୍ରବୋଧ କୁମାର ମହାନ୍ତି, ନିର୍ଦ୍ଦେଶକ (ଅପରେଶନ) ଆଶିଷ କୁମାର ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ନିର୍ଦ୍ଦେଶକ (ଏଚ୍‌ଆର୍‌) ଡ. ପ୍ରବୋଧ କୁମାର ମହାନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ବାଗତ ଅଭିଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ମତପ୍ରକାଶ କରିଥିଲେ। ସେହିଭଳି ଓଏଚ୍‌ପିସିର ପରିଚାଳନା ନିର୍ଦ୍ଦେଶକ ଅମରେଶ କୁମାର ନିଗମର ସଫଳତା ଓ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ। ପରିଶେଷରେ ନିଗମ ଦ୍ୱାରା ପରିଚାଳିତ କେନ୍ଦ୍ରର କାର୍ଯ୍ୟ ଓ ସଫଳତାକୁ ଆଧାରକରି ହୀରାକୁଦ ହାଇଡ୍ରୋ ଇଲେକ୍ଟ୍ରି ପ୍ରୋଜେକ୍ଟ ବୁର୍ଲାକୁ ପ୍ରଥମ ପୁରସ୍କାର ଦିଆଯାଇଥିବା ବେଳେ ଚିପିଲିମା ହାଇଡ୍ରୋ ଇଲେକ୍ଟ୍ରି ପ୍ରୋଜେକ୍ଟ ୨ୟ ଏବଂ ବାଲିମେଳା ହାଇଡ୍ରୋ ଇଲେକ୍ଟ୍ରି ପ୍ରୋଜେକ୍ଟକୁ ୩ୟ ପୁରସ୍କାର ଅତିଥିମାନେ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଶେଷରେ ଓଏଚ୍‌ପିସିର ନିର୍ଦ୍ଦେଶକ (ଅପରେଶନ) ଆଶିଷ କୁମାର ମହାନ୍ତି ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ, ସଭା ଶେଷ ପରେ ସାଂସ୍କୃତକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Share