Advertisement

୨୮ରେ ସରକାରୀ ଛୁଟି

ଭୁବନେଶ୍ୱର, ୨୭।୯(ଅସମାପିକା ସାହୁ):  ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ଆସନ୍ତା ୨୮ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଏହିଦିନ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ସମେତ ରାଜସ୍ବ ଓ ମାଜିଷ୍ଟ୍ରେଟ୍‌ କୋର୍ଟ(ଏକ୍‌ଜିକ୍ୟୁଟିଭ୍‌)ବନ୍ଦ ରହିବ। ଏ ନେଇ ମଙ୍ଗଳବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ପାଇଁ ପୂର୍ବରୁ ରାଜ୍ୟ ସରକାର ସେପ୍ଟେମ୍ବର ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା କରିଥିଲେ। କିନ୍ତୁ ମଙ୍ଗଳବାର ସଂଶୋଧିତ ବିଜ୍ଞପ୍ତି ଜାରି କରି ସେପ୍ଟେମ୍ବର ୨୯ ପରିବର୍ତ୍ତେ ସେପ୍ଟେମ୍ବର ୨୮(ଗୁରୁବାର)ରେ ଏହି ଛୁଟି ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୩୦ ମାସ ଶେଷ ଶନିବାର ଯୋଗୁ ଛୁଟି ଥିବାବେଳେ ଅକ୍ଟୋବର ୧ ରବିବାର ଓ ଅକ୍ଟୋବର ୨ ଗାନ୍ଧି-ଶାସ୍ତ୍ରୀ ଜୟନ୍ତୀ ପାଇଁ ଛୁଟି ରହିବ। ତେବେ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୯ ସରକାରୀ କାର୍ଯ୍ୟ ଦିବସ ରହିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel