ଛତ୍ରପୁର,୧ା୭(ଡି.ଏନ୍.ଏ.): ଗଞ୍ଜାମ ପୋଲିସ ଜିଲାରେ ବର୍ତ୍ତମାନ ସୁଦ୍ଧା ୨୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୧୫ ଜଣ ସୁସ୍ଥ ହୋଇ ସାରିଥିବା ବୁଧବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଠିକ୍ ଭାବେ ଆଇସୋଲେଶନରେ ରହିବାକୁ କୁହାଯାଉଛି। ଫୋନ୍ କରି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବୁଝୁଛୁ। ସୁସ୍ଥ ହୋଇ ଆମର କରୋନା ଯୋଦ୍ଧାମାନେ ପୁଣି ଡିୟୁଟିରେ ଯୋଗ ଦେଉଥିବା ଏସ୍ପି କହିଛନ୍ତି। କରୋନା ଯୋଦ୍ଧାମାନେ କିଭଳି ଲୋକଙ୍କୁ ସେବା ଦେଇ ନିଜେ ସୁରକ୍ଷିତ ରହିବେ ଏବଂ କ’ଣ କରିବେ ନ କରିବେ ସେ ସମ୍ପର୍କରେ ସମସ୍ତ ଥାନାଧିକାରୀଙ୍କୁ କୁହାଯାଇଛି। ଆମେ ଜନସାଧାରଣଙ୍କୁ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଏସ୍ପି କହିଛନ୍ତି।