ଆସିଲା ୨୯ ଡିଏନ୍‌ଏ ରିପୋର୍ଟ, ୬ ମୃତଦେହ ହସ୍ତାନ୍ତର

ଭୁବନେଶ୍ୱର,୧।୭(ଅଭିଜିତ ଦାସ): ଜୁନ୍‌ ୨ ବାଲେଶ୍ୱର ବାହାନଗାଠାରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ପାଇଛି। ତେବେ ବିଳମ୍ବ ସତ୍ତ୍ୱେ ଚିହ୍ନଟ ହୋଇପାରି ନ ଥିବା ୮୧ ମୃତଦେହ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୯ଟିର ଡିଏନ୍‌ଏ ପରୀକ୍ଷା ରିପୋର୍ଟ ଆସିଛି। ଏହାପରେ ଏମ୍‌ସ ଭୁବନେଶ୍ୱରରେ ଶୁକ୍ରବାରଠାରୁ ପୁନଃ ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ୨ଟି ମୃତଦେହ ଓଡିଶାର ହୋଇଥିବାବେଳେ ବାକି ୨୭ଟି ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡର ବୋଲି ଜଣାପଡିଛି। ତେବେ ରାତି ୯ଟା ସୁଦ୍ଧା ୬ ମୃତଦେହକୁ ପ୍ରକୃତ ପରିବାରକୁ ହସ୍ତାନ୍ତର କରାଯାଇଥିବା ଏମ୍‌ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସିବିଆଇ ଏହି ଦୁର୍ଘଟଣାର ତଦନ୍ତ କରୁଥିବାବେଳେ ମୃତଦେହ ହସ୍ତାନ୍ତର ସମୟରେ ଏହାର ଅଧିକାରୀମାନେ ଉପସ୍ଥିତ ରହି ତନ୍ନତନ୍ନ କରି କାଗଜପତ୍ର ଯାଞ୍ଚ କରୁଥିବା ଦେଖାଯାଇଛି।
ପ୍ରଥମେ ବିହାର ବେଗୁସରାଇର ୨୩ ବର୍ଷୀୟ ସୁଜିତ କୁମାର ଓ ପୂର୍ଣ୍ଣିଆ ଅଞ୍ଚଳର ୨୧ ବର୍ଷୀୟ ସୁରଜ କୁମାରଙ୍କ ମୃତଦେହକୁ ହସ୍ତାନ୍ତର କରାଯାଇଥିଲା। ପରେ ପଶ୍ଚିମବଙ୍ଗ ମେଦିନାପୁରର ୩୮ ବର୍ଷୀୟ ମାନସ ମାଇତି ଓ ପୁରୁଲିୟା ଅଞ୍ଚଳର ୩୨ ବର୍ଷୀୟ ସମୀର ବାଉରି, ଝାଡଖଣ୍ଡର ୨୪ବର୍ଷୀୟ ଭୀମ ଚୌଧୁରୀ ଏବଂ ଶେଷରେ ଓଡ଼ିଶା ମୟୂରଭଞ୍ଜର ୩୪ବର୍ଷୀୟ ବ୍ରହ୍ମକାନ୍ତ ଚୌଧୁରୀଙ୍କ ମୃତଦେହକୁ ପରିବାର ଲୋକେ ଏମ୍‌ସରୁ ଗ୍ରହଣ କରି ନିଜ ଗାଁକୁ ନେଇଛନ୍ତି। ଅନ୍ୟପକ୍ଷରେ ଚିହ୍ନଟ ହୋଇଥିବା ବାକି ୨୩ଟି ମୃତଦେହକୁ ନେବା ଲାଗି ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ କହିଛନ୍ତି, ସମସ୍ତ ଚିହ୍ନଟ ମୃତଦେହଗୁଡିକୁ ସେମାନଙ୍କ ଠିକଣାସ୍ଥଳରେ ପହଞ୍ଚାଇବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ୨୯ ମୃତଦେହ ଚିହ୍ନଟ ହୋଇଥିବା ସୂଚନା ଦିଆଯିବା ପରେ ତୁରନ୍ତ ୨୯ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା। ଆମ୍ବୁଲାନ୍ସଗୁଡିକର ଫିଟ୍‌ନେସ ପେପର, ଲାଇସେନ୍ସ ଆଦି ଯାଞ୍ଚ କରାଯିବା ପରେ ମୃତଦେହ ପରିବହନରେ ନିୟୋଜିତ କରାଯାଇଛି।
ଦୁର୍ଘଟଣା ପରେ ୧୬୨ ମୃତଦେହକୁ ଚିହ୍ନଟ ଓ ହସ୍ତାନ୍ତର ଲାଗି ବିଭିନ୍ନ ପର୍ଯ୍ୟାୟରେ ଏମ୍‌ସକୁ ଅଣାଯାଇଥିଲା। ୮୧ ମୃତଦେହ ଚିହ୍ନଟ ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବାକି ୮୧ ମୃତଦେହ ଚିହ୍ନଟ ହୋଇ ନ ପାରିବାରୁ ଓ କେତେକ ମୃତଦେହର ଏକାଧିକ ଦାବିଦାର ବାହାରିବାରୁ ଡିଏନ୍‌ଏ ପରୀକ୍ଷା ଶେଷ ବିକଳ୍ପ ହୋଇଥିଲା। ତେଣୁ ମୃତଦେହଗୁଡିକ ଏମ୍‌ସ ପରିସରରେ ୩ଟି କଣ୍ଟେନର ମଧ୍ୟରେ ସଂରକ୍ଷିତ କରି ରଖାଯିବା ସହ ଡିଏନ୍‌ଏ ପରୀକ୍ଷା ଲାଗି ଉଭୟ ମୃତଦେହ ଓ ଦାବିଦାର ପରିବାର ସଦସ୍ୟଙ୍କ ବାଳ, ଦାନ୍ତ, ହାଡ, ନଖ ଆଦି ଅଙ୍ଗର ନମୁନା ଦିଲ୍ଲୀ ଏମ୍‌ସକୁ ପଠାଯାଇଥିଲା। ଏବେ ଦିଲ୍ଲୀସ୍ଥିତ ସିବିଆଇ ଫୋରେନ୍ସସିକ୍‌ ଲାବ୍‌ରେ ଡିଏନ୍‌ଏ ପରୀକ୍ଷା ଚାଲିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୯ ରିପୋର୍ଟ ଆସିଛି। ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ ଏହି ଡିଏନ୍‌ଏ ରିପୋର୍ଟକୁ ଆଧାର କରି ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମାତ୍ର କେତେକ ମୃତଦେହର ହାଡ଼, ଦାନ୍ତ ଆଦି ନଷ୍ଟ ହୋଇଥିବାରୁ ସେମାନଙ୍କ ଡିଏନ୍‌ଏ ମ୍ୟାଚିଂ କରିବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଡିଏନ୍‌ଏ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି ବୋଲି ଭୁବନେଶ୍ୱର ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri