ରାଜ୍ୟସ୍ତରୀୟ ସନ୍ତରଣରେ ସମ୍ବଲପୁରକୁ ୨୯ ସ୍ବର୍ଣ୍ଣ

ସମ୍ବଲପୁର, ୧୮ା୬(ଶୁଭାଶୀଷ ପାଢୀ): ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସମ୍ବଲପୁର ସନ୍ତରଣକାରୀ ଜିଲା ପାଇଁ ସୁନାମ ଆଣିଛନ୍ତି। ବିଭିନ୍ନ ବର୍ଗରେ ୨୯ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୨୭ଟି ବ୍ରୋଞ୍ଜ ପଦକ ପାଇଛନ୍ତି। ସମ୍ବଲପୁରକୁ ଫେରିବା ପରେ ଜିଲାପାଳ ଅନନ୍ୟା ଦାସ ବିଜୟୀ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଆଗାମୀ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଜିଲା କ୍ରୀଡ଼ା ଅଧିକାରୀ ଲୋପାମୁଦ୍ରା କାଲେଙ୍କ ସମେତ ସନ୍ତରଣ ସଂଘ ସାଧାରଣ ସମ୍ପାଦକ ସାଲେଗ୍ରାମ ଖୁଣ୍ଟିଆ, କୋଷାଧ୍ୟକ୍ଷ ମନୋଜ ବନଛୋର, ବରିଷ୍ଟ ପ୍ରଶିକ୍ଷକ ସୁରେନ୍ଦ୍ର ନାଏକ, ଆଶୁତୋଷ ନାଏକ, ଚିନ୍ତନ ନାଏକ, ରଙ୍କନିଧି ସେଠ, ବିଭୂତି ଭୂଷଣ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ।