୨୯ ଓକିଲଙ୍କୁ ସର୍ତ୍ତମୂଳକ ଜାମିନ

ସମ୍ବଲପୁର,୧୦ା୨(ବ୍ୟୁରୋ)- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ନଭେମ୍ବର ୨୯ରେ କୋର୍ଟ ସମ୍ମୁଖରେ ଠେଲାପେଲା ଓ ଡିସେମ୍ବର ୧୨ରେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଥିବା ସମ୍ବଲପୁର ବାର୍‌ର ୨୯ଜଣ ଓକିଲଙ୍କ ସହ ଜଣେ ବାର୍‌ କର୍ମଚାରୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଗୁରୁବାର ହାଇକୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବା ବେଳେ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି। ଉଚ୍ଚ ନ୍ୟାୟାଳୟ ଏଥିରେ କେତେକ ସର୍ତ୍ତ ରଖିଛନ୍ତି। ଜାମିନକୁ ନେଇ କୌଣସି ଖୁସିର ମାହୋଲ କରିପାରିବେ ନାହିଁ। ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମରେ ପୋଷ୍ଟ କିମ୍ବା ବୟାନବାଜି କରିବେ ନାହିଁ। ସର୍ବସାଧାରଣ ସଭାରେ ଯୋଗଦାନ କରିପାରିବେ ନାହିଁ ଭଳି ସର୍ତ୍ତ ରଖିଛନ୍ତି। କୋର୍ଟ ପ୍ରକ୍ରିୟା ଶେଷ ହେବା ପରେ ସମସ୍ତେ ଜେଲରୁ ବାହାରିବେ। ଅନ୍ୟପକ୍ଷେ ଏହି ଘଟଣାରେ ଗିରଫ ଅନ୍ୟ ୮ଜଣ କିନ୍ନରଙ୍କ ମଧ୍ୟ ଜାମିନ ମିଳିବ ବୋଲି ଜଣାପଡିଛି। ସିଏସି ଆବାହକ ଆଶୋକ କୁମାର ଦାସ କହିଛନ୍ତି, ହାଇକୋର୍ଟଙ୍କ ଏହି ରାୟକୁ ସ୍ବାଗତ କରୁଛି। ବହୁଦିନ ପରେ ଜେଲରୁ ଓକିଲମାନେ ବାହାରିବେ। ଏଥିପାଇଁ ବହୁତ ଖୁସି।

 

Share