୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ନଦୀ ନାଳ ଶୁଖିଲା ପଡିଥିବା ବେଳେ ଗଁାରେ ଥିବା ଜଳାଶୟ ଶୁଖିବାକୁ ବସିଲାଣି। ମଣିଷ ସାଙ୍ଗକୁ ଗୃହପାଳିତ ପ୍ରାଣୀ ଓ ଜୀବଜନ୍ତୁ ବି ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି। ସମସ୍ତଙ୍କ ଭରସା ଏବେ ନଳକୂପର ଜଳ। ପ୍ରତି ଗ୍ରାମକୁ ପାଇପ ଯୋଗେ ଯୋଗାଯାଉଥିବା ଜଳ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି।
ମାର୍ଶାଘାଇ ବ୍ଲକର ୨୪ଟି ପଞ୍ଚାୟତରେ ୪୪ଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ରହିଛି। ସେଥିମଧ୍ୟରୁ ନେମ୍ବରା, ଅଙ୍ଗୁଳାଇ, ଶିଳିପୁର, ଦଶିପୁର, ହାତିଆ, ମାର୍ଶାଘାଇର ପୁରୁଷୋତ୍ତମପୁର, ନାରଣପୁର, ବେରୁହାଁ, ଅନ୍ତେଇ, ରାଘବପୁର, ଡିହବଳରାମପୁର, ମାଣ୍ଡିଆ, ବଉଳାଙ୍ଗ, ଓରିଶବିନ୍ଧା, ଅରିମୂଳ, ଆଖୁଆ, ବଛରାଇ, ବନ୍ଧକଟା, ଗୋଧନ, ମେହେନ୍ଦିନଗର, କରାଣ୍ଡିଆ ପାଟଣା, ଜମପଡ଼ା, ଗୋପେଇ, ରାଇଚାନ୍ଦ, ଆଇତିପୁର, ପକ୍ଷଟ ଭଳି ୨୯ଟି ସ୍ଥାନରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ଲାଗି ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ କରାଯାଇଛି; ଯାହାକି ଲୋକମାନେ କିପରି ସୁରୁଖୁରୁରେ ପିଇବା ପାଣି ପାଇ ପାରିବେ। ତେବେ ଏହି ଓଭରହେଡ୍‌ ପାଣିଟାଙ୍କିଗୁଡିକ ସରକାରୀ ଖାତାରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ କେତେଗୋଟି କାର୍ଯ୍ୟକାରୀ ହେବାକୁ ବର୍ଷବର୍ଷ ବିତିଗଲାଣି। ଯଦି ଉଦାହରଣକୁ ନେବା ମାର୍ଶାଘାଇ ପଞ୍ଚାୟତର ତହସିଲ କାର୍ଯ୍ୟାଳୟ ନିକଟ ପୁରୁଷୋତ୍ତମପୁରଠାରେ ଥିବା ଓଭରହେଡ୍‌ ପାଣିଟାଙ୍କି ରଙ୍ଗ ଦିଆ ହୋଇ ଚକଚକ କରୁଛି ସିନା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଇନାହିଁ। ଜମପଡ଼ାରେ ତଦ୍ରୁପ ଅବସ୍ଥା। କେବଳ ମାର୍ଶାଘାଇ ନୁହେଁ କି ଜମପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଓଭରହେଡ ପାଣି ଟାଙ୍କିକୁ ଜଳ ଯୋଗାଣ ନ ଥାଇ ସିଧାସଳଖ ପାଇପ ଯୋଗେ ପାଣି ଛଡାଯାଉଛି। ଯାହା ଫଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ କରାଯାଇଥିବା ଓଭରହେଡ ପାଣିଟାଙ୍କି କେବଳ ସାକ୍ଷୀ ଭଳି ଛିଡା ହୋଇଛି ସିନା କାମରେ ଲାଗୁନି। ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ପାଣି ତଳମୁଣ୍ଡରେ ପହଞ୍ଚୁ ନ ଥିବା ଲୋକମାନେ ଅଭିଯୋଗ କରୁଛନ୍ତି। ଏଥିସହ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୫୪୪ଟି ନଳକୂପ ରହିଛି। ଅଚଳ ନଳକୂପର ସଂଖ୍ୟା କିନ୍ତୁ ବିଭାଗ ନିକଟରେ ନାହିଁ। ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ତୀବ୍ରତର ହେଉଛି। ନଳକୂପ କେବଳ ସରକାରୀ ଖାତାରେ ରହିଛି ସିନା ଅନେକ ଜଳସ୍ତର ଖସୁଥିବାରୁ ପାଣି ବ୍ୟବହାର ଯୋଗ୍ୟ ହୋଇପାରୁନି। ଅନ୍ୟପଟରେ ପାଇପ ଯୋଗେ ଯୋଗାଣ ହେଉଥିବା ପାଣି କେଉଁଠି ଯାଉନି ତ କେଉଁଠାରେ ଲୋକମାନେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି। ଯଦି ମାର୍ଶାଘାଇ ପଞ୍ଚାୟତକୁ ଧରାଯାଏ ଏଠାରେ ତୁଳସୀପୁର ଅନୁସୂଚିତ ସାହିରେ ନଳକୂପ ନ ଥିବା ବେଳେ ପାଇପ ଯୋଗେ ପାଣି ଯୋଗାଣ ହୋଇପାରୁନି। ମଣିକୁଣ୍ଡା ପଞ୍ଚାୟତର ପାଲିକୁଦ ସମେତ ବ୍ଲକର ବିଭିନ୍ନ ସ୍ଥାନରେ ବିଶେଷ କରି ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ପାଣି ଶେଷମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚତ୍ ପାରୁନାହିଁ। ସାମାଜିକ କର୍ମୀ ଶୁଭେନ୍ଦୁ ପ୍ରକାଶ ଦାସ, ବିଶ୍ୱରଞ୍ଜନ ଜେନା, ବିଚିତ୍ରାନନ୍ଦ ବେହେରା, ରଣେନ୍ଦ୍ର ନାୟକ ପ୍ରମୁଖ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ନଳକୂପ ଅଚଳ ହୋଇପଡୁଛି। ପାଇପ ଯୋଗେ ଯୋଗାଣ ପାଣି ଉପରେ ଲୋକମାନେ ଅଧିକ ନିର୍ଭର କରୁଥିବାରୁ ଏହାର ପରିଚାଳନା ଠିକ ଭାବେ ହେଉ ନ ଥିବାରୁ ସମସ୍ୟା ଉପୁଜୁଛି। ସରକାର ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ସମସ୍ୟାରେ ସୁଧାର ଆସୁନି। ଅନେକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ତୀବ୍ରତର ହୋଇଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର କୁମାର ସିଂଙ୍କୁ ପଚାରିବାରେ ଜଳସ୍ତର କମି ଯାଉଥିବାରୁ ଅନେକ ନଳକୂପ ଅଚଳ ହୋଇପଡିଛି। ତଥାପି ଉପୁଜିଥିବା ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri