ନୂଆଦିଲ୍ଲୀ,୯।୧: କ୍ରିକେଟର ଶେହାନ ଜୟସୂର୍ଯ୍ୟା ଶ୍ରୀଲଙ୍କା କ୍ରିକେଟ ଟିମ୍ ପକ୍ଷରୁ ଆଉ କ୍ରିକେଟ ଖେଳିବେ ନାହିଁ। ୨୯ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍ ଆମେରିକାରେ ରହିବାର ନିଷ୍ପତ୍ତି ନେଇଛନ୍ତି। ପରିବାର ସହ ସେ ସେଠାରେ ରହିବେ। ଶ୍ରୀଲଙ୍କା ପକ୍ଷରୁ ସେ ୧୨ ଦିନିକିଆ ଏବଂ ୧୮ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଦିନିକିଆରେ ସେ ୧୯୫ ରନ୍ କରିଥିବା ବେଳେ ଟି୨୦ରେ ୨୪୧ ରନ୍ କରିଛନ୍ତି। ଏ ନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଆଧିକାରିକ ଭାବେ ସୂଚନା ଦିଆଯାଇଛି।