ଆତଙ୍କ ଖେଳାଛନ୍ତି ୨୯ଟିକିଆ ହାତୀପଲ: ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ

ପାଟଣା,୧୯।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ   ଏକ ୨୯  ଟିକିଆ ବଣୁଆ ହାତୀପଲ ଅଞ୍ଚଳରେ ଆତଙ୍କ ଖେଳାଛନ୍ତି।  ଶୁକ୍ରବାର ବିଳମ୍ବିତ ରାତିରେ  ହାତୀପଲ ପଶି ଗ୍ରାମରେ ୨ ଜଣଙ୍କ ଘରଭାଙ୍ଗି ଦେଇଛନ୍ତି। ଘରୁ ଧାନ ଓ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି।  ଗ୍ରାମର ଏକ ଆଜବେଷ୍ଟସ ଘର ଓ ଏକ ଟାଇଲ ଘରକୁ ଭାଙ୍ଗି ଦେଇଛନ୍ତି।
ଘର ଭିତରେ ଲୋକେ ଶୋଇଥିବା ସମୟରେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏବେ ହାତୀପଲ ସରାସପଶି  ଗାଁ ନିକଟରେ କାଜୁ ଜଙ୍ଗଲରେ ଡେରା ପକାଇଛନ୍ତି। ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହାତୀପଲଙ୍କ  ଉପରେ ବନ ବିଭାଗ ନଜର ରଖିଛି।
Share