Categories: ଜାତୀୟ

ବସ୍‌ରେ ମହିଳାଙ୍କୁ ବଳାତ୍କାର କଲେ ଡ୍ରାଇଭର

ହାଇଦ୍ରାବାଦ,୧।୩: ହାଇଦ୍ରାବାଦରେ ଏକ ଘରୋଇ ବସ୍‌ରେ ଜଣେ ମହିଳା ଯାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଅଭିଯୋଗ ମୁତାବକ, ମହିଳା ଜଣଙ୍କ ରାତିରେ ଏକ ଘରୋଇ ବସ୍‌ରେ ଚଢିଥିଲେ। ୨ ଘଣ୍ଟାର ଯାତ୍ରା ପରେ ଡ୍ରାଇଭର ତାଙ୍କୁ ଛୁରି ଦେଖାଇ ବଳାତ୍କାର କରିଥିବା ପୀଡ଼ିତା କହିଛନ୍ତି। ପରେ ମହିଳା ଜଣକ ହାଇଦ୍ରାବାଦ ଆସି ଥାନାରେ ଏକ ଏତଲା ଦାଏର କରିଥିଲେ। ପୋଲିସ ଡ୍ରାଇଭରଙ୍କ ବିରୋଧରେ ଆଇପିସିର ଧାରା ୩୭୬ରେ ଏକ ମାମଲା ରୁଜୁ କରିଛି। ପୋଲିସ ବିଭିନ୍ନ ସିସିଟିଭି ଫଟୋକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।

Share