Posted inରାଜ୍ୟ

ପୁଣି ଡ଼ରାଇଲାଣି କରୋନା: ଆଜି ଚିହ୍ନଟ ହେଲେ ୨୯୦ ନୂଆ ପଜିଟିଭ୍‌; ଖୋର୍ଦ୍ଧାରୁ ସର୍ବାଧିକ; ଦ୍ୱିତୀୟରେ ନୂଆପଡ଼ା

ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟରେ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ମଧ୍ୟ ଲାଗିଛି। ଗତ ୨୪ ଘଣ୍ଟା ସୁଦ୍ଧା ଓଡ଼ିଶାରେ ୨୯୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ନୂତନ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାର ସର୍ବାଧିକ ୭୧, ଅନୁଗୋଳର ୧୦, ବାଲେଶ୍ୱରର ୬, ବରଗଡ଼ର ୧୫, ଭଦ୍ରକର ୬, ବଲାଙ୍ଗୀରର ୯, କଟକର ୧୬, ଦେବଗଡ଼-ଢ଼େଙ୍କାନାଳର ୧, ଗଞ୍ଜାମର ୭, ଜଗତ୍‌ସିଂହପୁରର ୩, ଯାଜପୁରର ୫, ଝାରସୁଗୁଡ଼ାର ୨୧, କଳାହାଣ୍ଡିର ୯, କୋରାପୁଟର ୨, ମୟୂରଭଞ୍ଜର ୧୦, ନୂଆପଡ଼ାର ୪୦, ପୁରୀର ୬, ରାୟଗଡ଼ାର ୯, ସମ୍ବଲପୁରର ୧୧, ସୋନପୁରର ୨, ସୁନ୍ଦରଗଡ଼ର ୧୪ ଏବଂ ଷ୍ଟେଟ୍‌ ପୁଲର ୧୬ଜଣ ଅଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୧୯୪କୁ ବୃଦ୍ଧି ପାଇଛି। ସେଥିରୁ ୧୬୫୦ଜଣ ଆକ୍ଟିଭ କେସ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରାଜ୍ୟପାଳଙ୍କୁ ଭେଟିଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଭୁବନେଶ୍ୱର,୬ା୧: ସୋମବାର ରାଜଭବନ ପରିସରରେ ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍‌ପତିଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।...

ରାସ୍ତା ମଝିରେ ଗର୍ଜିଲେ ନବୀନ, ଭାଜପା କହିଲା…

ଭୁବନେଶ୍ୱର,୬।୧: ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋୟର ପିଏମଜିରୁ ଓଡ଼ିଶା ସରକାରଙ୍କୁ ବର୍ଷିଛନ୍ତି ନବୀନ। ନବୀନ ଦଳବଳ ସହ...

ଦରଦାମ୍‌ ବୃଦ୍ଧି ନେଇ ନବୀନଙ୍କ କଡ଼ା କଥା, କହିଲେ ଡବଲ ଇଞ୍ଜିନ ସରକାର ଲୋକଙ୍କୁ…

ଭୁବନେଶ୍ୱର,୬ା୧: ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ସୋମବାର ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି ।ଲୋୟର ପିଏମ୍‌ଜି ଠାରେ ୨୫ରୁ ୩୦ ହଜାର ଲୋକଙ୍କୁ ଏକାଠି କରି ଦରବୃଦ୍ଧି ପ୍ରସଙ୍ଗରେ...

ସାତକୋଶିଆରେ ଆରମ୍ଭ ହେଲା କୁମ୍ଭୀର ଗଣନା

ଅନୁଗୋଳ,୬ା୧: ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ...

ବର୍ଷାଙ୍କୁ ଚ୍ୟାଲେଞ୍ଜ ଦେଲେ ଅନୁଭବ, କହିଲେ ଆସ ଚ୍ୟାନେଲରେ ବସି ମୁହାଁମୁହିଁ ଆଲୋଚନା କରିବା

ଭୁବନେଶ୍ୱର,୬।୧: ଓଲିଉଡର ଚର୍ଚ୍ଚିତ ଯୋଡ଼ି ବର୍ଷା ପ୍ରିୟଦର୍ଶନୀ-ଅନୁଭବ ମହାନ୍ତି କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ପ୍ରଥମେ ଅନୁଭବ ତାଙ୍କ ଅଟୋବାୟୋଗ୍ରାଫି...

୧୫ ସୁଦ୍ଧା ଜିଲା ସଭାପତି ତାଲିକା ଘୋଷଣା କରିବ ଭାଜପା

ଭୁବନେଶ୍ୱର, ୬ା୧(ସୁନିତ୍‌ ମିଶ୍ର): ଭାଜପାର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହୋଇଯିବ। ଆସନ୍ତା ୧୫ ତାରିଖ ଭିତରେ ସବୁ ଜିଲାର ସଭାପତି ପଦ ଘୋଷଣା...

ଏମ୍‌ପିଙ୍କ ନାଁ ନ ଥିବାରୁ ବିଧାୟକ ନାଁରେ କଳା ବୋଳିଲେ

ଭୁବନେଶ୍ୱର, ୬ା୧ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ରବିବାର ସହରର ୩ଟି ସ୍ଥାନରେ ଶୌଚାଳୟ ଉଦ୍‌ଘାଟିତ ହୋଇଛି। ଓ୍ବାର୍ଡ ନଂ. ୩୭...

ଓଡ଼ିଶା ଚାଷୀଙ୍କ ଧାନ କିଣୁଛି ଆନ୍ଧ୍ର

ପାରଳାଖେମୁଣ୍ଡି,୬ା୧(ଗିରିଧାରୀ ପରିଛା): ଓଡ଼ିଶା ସରକାର ବାହାର ରାଜ୍ୟକୁ ଧାନ ଚାଲାଣ ଓ ଅସାଧୁ ବ୍ୟବସାୟ ରୋକିବା ପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇ ନାକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri