ରାଜ୍ୟରେ କମିଲା ସଂକ୍ରମଣ:ଗତ ୨୪ଘଣ୍ଟାରେ ୩ହଜାର ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୩ହଜାରରୁ ଉପରେ ରହୁଥିଲା। ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତେବେ ଶୁକ୍ରବାର ରାଜ୍ୟରେ ୩,୨୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨,୯୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧,୬୭୭ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୧,୨୪୦ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୫୪୯ ଓ କଟକରୁୁ ୪୨୨ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୮୬, ବାଲେଶ୍ୱର ୨୩୭, ବରଗଡ଼ ୨୨, ଭଦ୍ରକ ୧୬୩, ବଲାଙ୍ଗୀର ୭, ବୌଦ୍ଧ ୧୯, ଦେବଗଡ଼ ୫, ଢ଼େଙ୍କାନାଳ ୭୭, ଗଜପତି ୬, ଗଞ୍ଜାମ ୨୧, ଜଗତସିଂହପୁର ୧୧୯, ଯାଜପୁର ୨୧୮, ଝାରସୁଗୁଡ଼ା ୮, କଳାହାଣ୍ଡି ୨୧, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୭୯, କେନ୍ଦୁଝର ୭୫, କୋରାପୁଟ ୫୫, ମାଲକାନଗିରି ୫୯, ମୟୁରଭଞ୍ଜ ୧୬୫, ନବରଙ୍ଗପୁର ୧୯, ନୟାଗଡ଼ ୯୬, ନୂଆପଡ଼ା ୮, ପୁରୀ ୧୩୨, ରାୟଗଡ଼ା ୫୩, ସମ୍ବଲପୁର ୨୨, ସୁବର୍ଣ୍ଣପୁର ୧୨, ସୁନ୍ଦରଗଡ଼ ୪୮ ଓ ଷ୍ଟେଟ ପୁଲରୁ ୧୦୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୯,୦୨୬ରେ ପହଞ୍ଚିଛି। ସେଥିମଧ୍ୟରୁ ୮,୮୪,୨୬୨ଜଣ ସୁସ୍ଥ ହୋଇଥିବା ବେଳେ ୩୦,୫୫୭ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

Share