ଏକଦା ସଲମାନଙ୍କ ସହ ଫିଲ୍ମ କରିଥିଲେ ଏସବୁ ଅଭିନେତ୍ରୀ: ଆଜି ମିଳୁନି ଖୋଜ ଖବର

ବଲିଉଡର ‘ଦବଙ୍ଗ’ ଅଭିନେତା ସଲମାନ ଖାଁ ସହ କିଏ କାମ କରିବାକୁ ନ ଚାହିଁବ। ପ୍ରତ୍ୟେକ ଅଭିନେତ୍ରୀ ତାଙ୍କ ସହିତ ଫିଲ୍ମରେ କାମ କରିବାକୁ ଇଚ୍ଛା ରଖିଥାନ୍ତି। ତେବେ ଅନେକ ଅଭିନେତ୍ରୀଙ୍କ ସହିତ କାମ କରି ସଲମାନ ସେମାନଙ୍କ ଭାଗ୍ୟ ବଦଳାଇ ଥିବା ବେଳେ କେତେକଙ୍କ ସହ କାମ କରିବା ପରେ ସେମାନେ ଅଜ୍ଞାତ ହୋଇଯାଇଛନ୍ତି। ଜାଣନ୍ତୁ ଏପରି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ସଲମାନଙ୍କ ସହ କାମ କରିଥିଲେ ମଧ୍ୟ ଆଜି ଦର୍ଶକ ସେମାନଙ୍କୁ ଭୁଲି ଯାଇଛନ୍ତି।

ପୂଜା ଦାଦୱାଲ

୧୯୯୫ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଭେରାଗାଟୀ’ରେ ପୂଜା ଦାଦୱାଲ ସଲମାନଙ୍କ ସହ କାମ କରିଥିଲେ। ଏହା ବ୍ୟତୀତ ସେ ଆହୁରି ଦୁଇ-ତିନୋଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ କିନ୍ତୁ ସେ ବଲିଉଡରେ ବିଶେଷ ମାନ୍ୟତା ପାଇପାରି ନ ଥିଲେ।

ରମ୍ଭା

ସାତୋଟି ଭାଷାରେ ଫିଲ୍ମ କରିଥିବା ଅଭିନେତ୍ରୀ ରମ୍ଭା ମଧ୍ୟ ସଲମାନଙ୍କ ସହ କାମ କରିଥିଲେ। ୧୯୯୭ରେ, ଏହି ଯୋଡି ‘ଜୁଡୱା’ରେ ଏବଂ ୧୯୯୮ରେ’ ବାନ୍ଧନ ନଜର ଆସିଥିଲେ। ତାମିଲ, ତେଲୁଗୁ, ଭୋଜପୁରୀ, ହିନ୍ଦୀ, କନ୍ନଡ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ କାମ କରିବା ପରେ ରମ୍ଭା ୨୦୧୭ରେ, ସେ ଏକ ଟିଭି ରିଆଲିଟି ଶୋରେ ଅଭିନୟ କରିଥିଲେ। ବର୍ତ୍ତମାନ ସେ ଏସବୁଠାରୁ ଦୂରରେ।

ଚାନ୍ଦନୀ
ସଲମାନଙ୍କ ସହ ଫିଲ୍ମ ‘ସନମ ବେୱାଫା’ରେ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀ ପ୍ରକୃତ ନାମ ନିବେଦିତା ଶର୍ମା। ଅଳ୍ପ କିଛି ଚଳଚ୍ଚିତ୍ର କରିବା ପରେ ହିଁ ଚାନ୍ଦନୀ ବଲିଉଡରୁ ନିଜକୁ ଦୂରେଇ ରଖିଥିଲେ। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ହାହାକାର’ ଯାହା ୧୯୯୬ ରେ ମୁକ୍ତିଲାଭ କରିଥିଲା। ବିବାହ ପରେ ଚାନ୍ଦନୀ ବିଦେଶ ଯାଇଥିଲେ। କୁହାଯାଏ ଯେ, ସେ ସେଠାରେ ନୃତ୍ୟ ଶିଖୁଛନ୍ତି।

ରେଣୁ ଆର୍ଯ୍ୟ

ଫିଲ୍ମ ‘ବିବି ହୈ ତୋ ଏସି’ ରେ ରେଣୁ ସଲମାନଙ୍କ ବିପକ୍ଷରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଫାରୁଖ ଶେଖ ଏବଂ ରେଖା ରହିଥିଲେ। ଏହି ଚଳଚ୍ଚିତ୍ର ସହିତ ସଲମାନ ବଲିଉଡରେ ଡେବ୍ୟୁ କରିଥିଲେ। ସେ ଦୁଇଟି ଚଳଚ୍ଚିତ୍ର କରିବା ପରେ କାମ ଛାଡିଦେଇଥିଲେ। ଆଶ୍ଚର୍ଯ୍ୟର କଥା, ଏତେ ବର୍ଷ ପରେ ମଧ୍ୟ କାହାରିକୁ ରେଣୁଙ୍କ ଖବର ଜଣାନାହିଁ।

କାଞ୍ଚନ

ଚାନ୍ଦନୀଙ୍କ ବ୍ୟତୀତ କାଞ୍ଚନ ସଲମାନ ଖାନଙ୍କ ସହ ‘ସନମ ବେୱାଫା’ରେ ମଧ୍ୟ ନଜର ଆସିଥିଲେ। କାଞ୍ଚନ ହିନ୍ଦୀ ବ୍ୟତୀତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। କାଞ୍ଚନ ଅକ୍ଷୟ କୁମାରଙ୍କ ‘ଅମାନତ’ ଏବଂ ଗୋବିନ୍ଦାଙ୍କ ‘କୁଲି ନମ୍ବର ୱାନ’ରେ ମଧ୍ୟ ନଜର ଆସିଥିଲେ। କିନ୍ତୁ ତା’ପରେ ହଠାତ୍‌ କାଞ୍ଚନ ଫିଲ୍ମରେ କାମ କରିବା ବନ୍ଦ କରିଦେଲେ ଏବଂ ବର୍ତ୍ତମାନ ତାଙ୍କ ବିଷୟରେ କୌଣସି ଖବର ନାହିଁ।

 

Share