ଭୁବନେଶ୍ୱର, ୩୧।୩(ବ୍ୟୁରୋ): ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି କ୍ରମରେ ବୁଧବାର ୨୯୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୯୧୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍କରି ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୭୪ଜଣ କ୍ୱାରାଣ୍ଟାଇନରୁ ରହିଥିବା ବେଳେ ୧୨୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୯ଜଣ ରହିଥିବା ବେଳେ ବାଲେଶ୍ୱର ୬, ବରଗଡ଼ ୧୮, ଭଦ୍ରକ ୨, ବଲାଙ୍ଗୀର ୫, କଟକ ୧୭, ଢେଙ୍କାନାଳ ୧, ଗଞ୍ଜାମ ୭, ଜଗତସିଂହପୁର ୨, ଯାଜପୁର ୫, ଝାରସୁଗୁଡ଼ା ୫, କଳାହାଣ୍ଡି ୫୭, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୧୨, ଖୋର୍ଦ୍ଧା ୩୩, କୋରାପୁଟ ୫, ମୟୂରଭଞ୍ଜ ୭, ନବରଙ୍ଗପୁର ୩, ନୟାଗଡ଼ ୨, ନୂଆପଡ଼ା ୩୧, ପୁରୀ ୬, ସମ୍ବଲପୁର ୧୭, ସୋନପୁର ୩, ସୁନ୍ଦରଗଡ଼ ୩୮, ଷ୍ଟେଟ ପୁଲରୁ ୪ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩,୪୦,୯୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୦୧୩ ଜଣ ଆକ୍ଟିଭ କେସ ରହିଥିବା ବେଳେ ୩୩୬୯୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।