Categories: ବାଣିଜ୍ୟ

୨୯ରେ ଜୀ ସାର୍ଥକର ‘ସବୁଠୁ ବଡ଼ ଦିନ’

ଭୁବନେଶ୍ୱର,୨୨।୫: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକରେ ପ୍ରସାରିତ ହେଉଥିବା କେତେକ ଧାରାବାହିକକୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ସବୁଠୁ ବଡ଼ ଦିନ’ (ମେଗା ଧାରାବାହିକ)ର ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ୨୦୨୩ ମେ ୨୯ ସନ୍ଧ୍ୟାରେ ପ୍ରସାରିତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଜୀ ସାର୍ଥକର ଚ୍ୟାନେଲ ଚିଫ୍‌ ଅଫିସର ପ୍ରତୀକ ସିଲ୍‌ କହିଛନ୍ତି, ଜୀ ସାର୍ଥକ ସର୍ବଦା ତା’ର ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ପ୍ରସ୍ତୁତ ମେଗା ଧାରାବାହିକ ଜରିଆରେ ମନୋରଞ୍ଜନ କରିଆସିଛି। ଏପରିକି ସମୟ ସମୟରେ ଦର୍ଶକଙ୍କୁ କିଛି ନୂଆ ଦେଖାଇବାକୁ ଚ୍ୟାନେଲ ଚେଷ୍ଟା କରିଥାଏ। ଏହି ପରିପ୍ରେକ୍ଷୀରେ ଜୀ-ସାର୍ଥକ ଚଳିତ ଥରର ସ୍ବତନ୍ତ୍ର କାର୍ଯ୍ୟକ୍ରମ ସବୁଠୁ ବଡ଼ ଦିନ ଜରିଆରେ ଜୀ ସାର୍ଥକର ସମସ୍ତ ମେଗା ଧାରାବାହିକର ଏକ ସ୍ବତନ୍ତ୍ର ଅଧ୍ୟାୟ ପ୍ରସାରଣ କରିବ। ବିଶେଷ କରି ମେଗା ଧାରାବାହିକରେ ରହିଥିବା ସସପେନ୍ସ କାହାଣୀ ସବୁ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୩ ମେ ୨୯ ସନ୍ଧ୍ୟା ୬ ଟା ୩୦ରେ ‘ମୁଁ ବି ବିଜୟିନୀ’ ପ୍ରସାରଣ ହେବ। ଯେଉଁଥିରେ ଜୀ ସାର୍ଥକର ଦର୍ଶକ ଦେଖିବେ, କାହ୍ନା ଓ ରାଧିକାର ବାହାଘରରେ କିଭଳି ରାଧିକା ନିଖୋଜ ହୋଇଯାଉଛି, ତେବେ ଦେବିକା ଓ ସ୍ତୁତି ରାଧିକାକୁ କିପରି ଖୋଜିବେ ଓ କ’ଣ କରିବେ। ସେହିପରି ସନ୍ଧ୍ୟା ୭ ଘଟିକାରେ ‘ଝିଲ୍ଲୀ’, ୭ ଟା ୩୦ରେ ‘ସୁନାଝିଅ’ ପ୍ରସାରିତ ହେବ। ସେହିଭଳି ରାତି ୮ ଟାରେ ‘ସାଥିରେ’ ଏବଂ ୮ଟା ୩୦ରେ ‘ତୁ ଖରା ମୁଁ ଛାଇ’ ଓ ରାତି ୯ଟାରେ ‘ଖୁସିର ଛୁଙ୍କ’ ଭଳି ସମସ୍ତ ମେଗା ଧାରାବାହିକର ସ୍ବତନ୍ତ୍ର ଅଧାୟ ଦର୍ଶକ ଜୀ ସାର୍ଥିକରେ ଦେଖିବାକୁ ପାଇବେ।

Share