Categories: ବାଣିଜ୍ୟ

୨ରେ ୨୭ତମ ରୁଚି ପ୍ରତିଭା ପୂଜନ

କଟକ,୨୮ା୮ : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରୁଚି ପ୍ରତିଭା ସମ୍ମାନ ସମାରୋହ ଉତ୍ସବ ୨୦୨୩ ସେପ୍ଟେମ୍ବର ୨ରେ ଆୟୋଜନ ହେବ ବୋଲି ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ସୂଚନା ଦିଆଯାଇଛି। ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ଲିଙ୍କ୍‌ ରୋଡ୍‌ସ୍ଥିତ ନିଶାମଣି କନ୍‌ଭେନ୍‌ସନଠାରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏ ସମ୍ପର୍କରେ ରୁଚି ପ୍ରତିଭା ଫାଉଣ୍ଡେଶନର ଅଧ୍ୟକ୍ଷ ଡ. ଶରତ କୁମାର ସାହୁ କହିଥିଲେ, ପୂଜ୍ୟପୂଜା ଓ ପ୍ରତିଭାପୂଜା ଜରିଆରେ ରୁଚି ଉଦ୍ୟୋଗ ଦୀର୍ଘ ୪୭ ବର୍ଷ ଧରି ରାଜ୍ୟର କୃତବିଦ୍ୟ ପ୍ରତିଭାମାନଙ୍କୁ ସମ୍ମାନିତ କରି ଗୌରବାନ୍ବିତ ହୋଇଛି। ସେହିଭଳି ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ ଯୁବବର୍ଗଙ୍କୁ ଦିଗ୍‌ଦର୍ଶନ ଦେବା ପାଇଁ ସବୁବେଳେ ପ୍ରେରଣାଦାୟୀ ମଣିଷମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ସେଭେନ୍‌ ପିଲାରସ୍‌ ମୁଖ୍ୟ ପ୍ରେକ୍ଷାଳୟଠାରେ ଆୟୋଜିତ ହେବାକୁ ଥିବା ରୁଚି ପ୍ରତିଭା ସମ୍ମାନ ସମାରୋହରେ ଉପରୋକ୍ତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରୁଚି ପ୍ରତିଭା ଫାଉଣ୍ଡେଶନର ଯୁଗ୍ମ ସମ୍ପାଦକ ଶୁଭେନ୍ଦୁ କୁମାର ଭୂୟାଁ ସମ୍ବର୍ଦ୍ଧିତ ହେବାକୁ ଥିବା କ଼ୃତୀ ପ୍ରତିଭାମାନଙ୍କର ସଫଳତା ସହିତ ଫାଉଣ୍ଡେଶନର ୨୭ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ରୁଚିର ମାନବ ସମ୍ବଳ ଉପମହାପ୍ରବନ୍ଧକ ଅମ୍ବରୀଶ ପଟ୍ଟନାୟକ, ବରିଷ୍ଠ ସୂଚନା ଅଧିକାରୀ ନିହାର ରଞ୍ଜନ ସାହୁ, ଜ୍ଞାନରଞ୍ଜନ ରାୟ, ଅମୃତ ରଞ୍ଜନ ଦାଶ ଓ ମାର୍କେଟିଂ ହେଡ୍‌ ଦେବବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share