Categories: ବାଣିଜ୍ୟ

ଝାରସୁଗୁଡ଼ା ଖିମ୍‌ଜୀ ଷ୍ଟୋର୍‌ର ଦ୍ୱିତୀୟ ବାର୍ଷିକୀ ଉତ୍ସବ

ଭୁବନେଶ୍ୱର,୧୧।୯ ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ତଥା ଖିମ୍‌ଜୀ ଜୁଏଲର୍ସର ଝାରସୁଗୁଡାସ୍ଥିତ ସରବାହାଲ୍‌ ରୋଡ୍‌ ମାରଓ୍ବାଡ଼ିପଡ଼ା ଏକ୍ସକ୍ଲୁସିଭ ଷ୍ଟୋର୍‌ର ୨ୟ ବର୍ଷିକୀ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସୁନା ଗହଣା (ଅଳଙ୍କାର)ର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୪୦% ରିହାତି ଦିଆଯାଉଥିବାବେଳେ ହୀରା ଅଳଙ୍କାର ଉପରେ ଫ୍ଲାଟ୍‌ ୨୦% ରିହାତି ଏବଂ ରୁପା ଓଜନ ସାମଗ୍ରୀର ଗଢ଼ା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଦିଆଯାଉଛି।

ସେହିଭଳି ରୁପା ଜିନିଷର କ୍ରୟ ମୂଲ୍ୟ ଉପରେ ୧୦% ରିହାତି ମଧ୍ୟ ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ଏହି ଅଫର୍‌ର ବୈଧତା ୨୦୨୩ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଏପରିକି ଏହି ଅଫର ପଶ୍ଚିମ ଓଡ଼ିଶାର ଅଳଙ୍କାର ପ୍ରେମୀଙ୍କୁ ବେଶ୍‌ ଆକର୍ଷିତ କରିବ। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଓଡ଼ିଶାର ପାୱାର୍‌ ସିଟିରେ ସଫଳତାର ୨ୟ ବର୍ଷ ପାଳନ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏହି ବର୍ଷ କ୍ରମାଗତ ଭାବେ ଆମକୁ ବିଶ୍ୱାସ କରି ଏବଂ ଏହାକୁ ସମଗ୍ର ପଶ୍ଚିମ ଓଡ଼ିଶାର ସବୁଠାରୁ ବେଶି ଆଦୃତ ଅଳଙ୍କାର ବ୍ରାଣ୍ଡ୍‌ ଭାବେ ପରିଣତ କରିଥିବାରୁ ଆମର ମୂଲ୍ୟବାନ ଗ୍ରାହକଙ୍କ ନିକଟରେ ଆମେ କୃତଜ୍ଞ ଏବଂ ଆଗାମୀ ଦିନରେ ଖିମ୍‌ଜୀ ଜୁଏଲର୍ସ ଅଧିକରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇ ସେମାନଙ୍କ ସହିତ ନିଜର ଅଭିବୃଦ୍ଧି ଯାତ୍ରା ଜାରି ରଖିବ।

ବିଶେଷକରି ୬୦୦୦ ବର୍ଗଫୁଟ ଅଞ୍ଚଳରେ ବିସ୍ତାରିତ ଏହି ଷ୍ଟୋର୍‌ ପଶ୍ଚିମ ଓଡ଼ିଶାର ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଆର୍କଷଣୀୟ ଡିଜାଇନ୍‌ ପ୍ରଦାନ କରୁଛି। ଏପରିକି ପାରମ୍ପରିକ ଏବଂ ଆଧୁନିକ ଅଳଙ୍କାର ସହିତ ସୁନା, ହୀରା, ପ୍ଲାଟିନମ୍‌, ରୁପା, ଇମିଟେସନ୍‌, ରୁପା ବାସନ, ଉପହାର ଏବଂ ବିଭିନ୍ନ ପ୍ରକାରର ଆର୍ଟିଫ୍ୟାକ୍ଟ୍‌ ଆଦି ଗୋଟିଏ ଛାତ ତଳେ ଉପଲବ୍ଧ ରହିଛି। ଏଠାରେ ଉଭୟ ପାରମ୍ପରିକ ଏବଂ ଆଧୁନିକ ଅଳଙ୍କାର ସଂଗ୍ରହ ସହିତ ଖିମ୍‌ଜୀ ଜୁଏଲର୍ସ ଅତୁଳନୀୟ ଅଳଙ୍କାରର ଗନ୍ତବ୍ୟସ୍ଥଳ।

Share