Categories: ବାଣିଜ୍ୟ

ସ୍ମାଇଲ ଗୋଲ୍ଡର ୨ୟ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର,୩୧।୩:ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ଦ୍ୱିତୀୟ ପୂର୍ତ୍ତି ଉତ୍ସବ ଗୁରୁବାର ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ମାଇଲ ଗୋଲ୍ଡର ପରିଚାଳନା ନିର୍ଦ୍ଦେଶକ ଇଂ. ବାବୁରାମ ସ୍ବାଇଁ ଏବଂ ସ୍ମାଇଲ ଗୋଲ୍ଡର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଗ୍ରାହକମାନଙ୍କ ପାଇଁ ସୁନାଗହଣା ଉପରେ ଶୂନ ଗଢ଼ା ମୂଲ୍ୟ (ଜିରୋ ମେକିଂ ଚାର୍ଜ) ସହ ହୀରା ଗହଣା, ରୁପା ଏବଂ ଜେମ୍‌ଷ୍ଟୋନ୍‌ ଓ ହାତଘଣ୍ଟା ଆଦି ଉପରେ ଆକର୍ଷଣୀୟ ଅଫର ଓ ରିହାତି ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ରୁପା ଅଳଙ୍କାରର ଗଢ଼ା ମଜୁରି ଉପରେ ଫ୍ଲାଟ୍‌ ୫୦% ଦିଆଯାଉଥିବା ବେଳେ ହୀରା ଗହଣାର ଉପରେ ଫ୍ଲାଟ୍‌ ୨୫%ର ରିହାତି ଏବଂ ବ୍ରାଣ୍ଡେଡ୍‌ ହାତଘଣ୍ଟା ଉପରେ ଫ୍ଲାଟ୍‌ ୨୫% ରିହାତି ମିଳୁଥିବା ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ପବିତ୍ର ରାମନବମୀରୁ ଉପରୋକ୍ତ ଅଫର ଚଳିତ ବର୍ଷର ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ତା’ ସାଙ୍ଗକୁ ଗ୍ରାହକମାନଙ୍କ ପାଇଁ ଏକ ମେଗା ଲକି ଡ୍ରର ସୁବିଧା ମଧ୍ୟ ରହିଛି।

Share